ହେଡଲାଇନସ୍:

ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ନିଶିପୁନମ ମିଞ୍ଜ ଅଂଶ ଗ୍ରହଣ କରିଥିଲେ l ପ୍ରାରମ୍ଭରେ ଅତିଥିମାନେ ସମସ୍ତ ଙ୍କ ସହିତ ୧୯୯୯ ମହାବାତ୍ୟା ରେ ଏବଂ ବିଭିନ୍ନ ପ୍ରାକୃତିକ ବିପଦରେ ସହସ୍ର ସଂଖ୍ୟା ରେ ମୃତାହତ ହୋଇଥିବା ଜନସାଧାରଣ ଙ୍କ ଅମର ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ର ନୀରବ ପ୍ରାର୍ଥନା କରିଥିଲେ l
ଏସ ଡି ଏମ ଏ ପ୍ରୋଜେକ୍ଟ ଅଫିସର ବିଶ୍ୱନାଥ ନାୟକ ସଭାର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ଦେଇଥିଲେ l ଜିଲ୍ଲାପାଳ ନରୱଣେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ସମୟରେ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l ଅତିଥିମାନେ ୧୯୯୯ ମହାବାତ୍ୟା, ଫାଇଲିନ, ହୁଡହୁଡ ର ଏବଂ ବିଭିନ୍ନ ପ୍ରାକୃତିକ ବିପତ୍ତିର ସ୍ମୃତି ଚାରଣ କରିଥିଲେ ଏବଂ ସମସ୍ତ ପ୍ରକାର ପ୍ରାକୃତିକ ବିପଦକୁ କିଭଳି ଭାବରେ ମୁକାବିଲା କରାଯାଇପାରିବ ତା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ l ଉପଯୁକ୍ତ ପ୍ରାକ ପ୍ରସ୍ତୁତି ଏବଂ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ର ସହଯୋଗରେ ଓଡିଶା କିଭଳି ବିଭିନ୍ନ ମହାବାତ୍ୟା କୁ ସଫଳତା ର ସହିତ ମୁକାବିଲା କରି ପ୍ରଶଂସିତ ହୋଇଛି ତାହାର ଉଦାହରଣ ଦେଇଥିଲେ l

ଏହା ପୂର୍ବରୁ ଏନ ଏସ ଏସ, ରେଡ କ୍ରସ ସମେତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ମହିଳା ସ୍ଵଂୟ ସହାୟକ ଦଳ କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଶତାଧିକ ସଂଖ୍ୟା ରେ ଏକ ସଚେତନତା ଶୋଭାଯାତ୍ରା ରେ ପୁରୁଣା ଟାଉନ ହଲ ରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଜନସଚେତନତା ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ ଏବଂ ସଭାରେ ଯୋଗ ଦେଇଥିଲେ l ଜିଲ୍ଲା ଜରୁରୀକାଳୀନ ଶାଖା ଅଧିକାରୀ ଆନନ୍ଦ ଚନ୍ଦ୍ର ପଣ୍ଡା ଏହି ସଭାର ଆୟୋଜନ କରିଥିଲେ l ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ l ଏହି ସଭାରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଏ ଡି ଏମ ଓ ଡକ୍ଟର ସ୍ୱାଇଁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ପଦାଧିକାରୀ, ଅଗ୍ନିଶମ ବିଭାଗ ର କର୍ମଚାରୀ, ସୋନପୁର ମହାବିଦ୍ୟାଳୟ ରେଡ କ୍ରସ ଅଧିକାରୀ ଅଧ୍ୟାପକ ଡ଼. ଉମାକାନ୍ତ ନାଗ, ଜିଲ୍ଲା ରେଡ କ୍ରସ ସମିତି ଉପାଧ୍ୟକ୍ଷ ଡ଼. ସତ୍ୟନାରାୟଣ ହୋତା ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ l

ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ଡ୍ରଇଂ, ରଚନା, ତର୍କ ପ୍ରତିଯୋଗିତା ରେ ସଫଳ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସଭା ଶେଷରେ ଅଧ୍ୟାପକ ନାଗ ଏବଂ ଡ଼. ହୋତା ଙ୍କ ନିର୍ଦ୍ଦେଶନା ରେ ରେଡକ୍ରସ / ଏନ ଏସ ଏସ ର ଛାତ୍ର ଛାତ୍ରୀ ମାନେ ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତି ଙ୍କୁ କିଭଳି ଚିକିତ୍ସା ଯୋଗାଇ ଦିଆଯାଇପାରିବ ତାହା ପ୍ରଦର୍ଶନ କରିଥିଲେ l ଅଗ୍ନିଶମ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଓ ଏସ ଡି ଏମ ଏ, ଏ ଏମ ଏଫ ଏସ ର କର୍ମକର୍ତ୍ତା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଭାବରେ ଜନସାଧାରଣ ଙ୍କୁ ଉଦ୍ଧାର କରିହେବ ତାର ନମୁନା ପ୍ରଦର୍ଶନ କରିଥିଲେ l

0
0
0
s2sdefault