ହେଡଲାଇନସ୍:

ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ବୈଠକ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି l ସଦସ୍ୟ ସଚିବ ତଥା ଅତିରିକ୍ତ ଜିଲ୍ଲାପାଳ, ସୂର୍ଯ୍ୟନାରାୟଣ ଦାଶ ଖାଉଟି ସୁରକ୍ଷା ପରିଷଦ ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ବିଭିନ୍ନ ଖାଉଟି ଅଧିକାର ସମ୍ବଦ୍ଧରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଖାଉଟି ବିବାଦ ଓ ପ୍ରତିକାର ଆୟୋଗ ଅଧ୍ୟକ୍ଷ, ଉପାନନ୍ଦ ପୁରୋହିତ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ , ରାଜ୍ୟ ଖାଉଟି ଫେଡେରେସନ ପ୍ରତିନିଧି ଶ୍ରୀ ଗୌରୀଶ୍ୟାମ ପଣ୍ଡା ପ୍ରମୁଖ, ଖାଉଟି ଆଇନ ଓ ଅଧିକାର ବିଷୟରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ l

ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଅଧ୍ୟକ୍ଷା ସୁପାର ଠେଲା, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ,ଏଡି ପି ଏଚ ଓ ରମେଶ ଚନ୍ଦ୍ର ସ୍ୱାଇଁ,ଜିଲ୍ଲା ସ୍ତରୀୟ ସମ୍ପୃକ୍ତ ଅଧିକାରୀ ଓ ଅନ୍ୟାନ୍ୟ ବ୍ଲକ, ସହରାଞ୍ଚଳ ଅଧ୍ୟକ୍ଷ / ଅଧ୍ୟକ୍ଷା ବୃନ୍ଦ ଏହି ସମ୍ବିଳନୀ ରେ ଯୋଗଦେଇ ଖାଉଟି ଅଧିକାର ଓ ଆଇନ ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ଖାଉଟି ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ରେ ଅଂଶଗ୍ରହଣ କରିଥିଲେ l ଆମ ଜିଲ୍ଲାରେ ବିଶେଷ ଭାବେ ନକଲି ସାର, କୀଟନାଶକ ଔଷଧ, ମଞ୍ଜି, ଲଟାମରା ( ଘାସ ) ଚାଷୀ ଙ୍କ ଆର୍ଥିକ ମାନଦଣ୍ଡ କୁ ପ୍ରଭାବିତ କରୁଛି l ତେଣୁ ଏହି ଆଇନ ମାଧ୍ୟମରେ ଏହାର ସୁରକ୍ଷା ପାଇଁ ସମସ୍ତେ କାର୍ଯ୍ୟ ସମ୍ପାଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l

0
0
0
s2sdefault