ହେଡଲାଇନସ୍:

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଆଦିକବି ସାରଳା ଦାସ ସଂସ୍କୃତି ଭଵନ ପରିସରରେ ପାଳିତ ହୋଇଯାଇଅଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ୧୯୯୯ ମସିହାର ମହାବାତ୍ୟା କେବଳ ଜଗତସିଂହପୁର ଜିଲ୍ଲା ନୁହେଁ ସାରା ପୃଥିବୀରେ ଏକ ସ୍ମରଣୀୟ ଦିବସ ହୋଇ ରହିଥିଲା l ଯେଉଁଦିନ ହଜାର ସଂଖ୍ୟାରେ ଜୀବନହାନୀ ଘଟିଥିଲା ପ୍ରାକୃତିକ ବିପର୍ଯ୍ୟୟ ଏଭଳି କରାଳ ରୂପ ନିଏ ଏକଥା ପ୍ରଥମ ମଣିଷ ସମାଜ ଦେଖିଥିଲା l ଆଜି ସେଇଦିନକୁ ସ୍ମରଣ କରୁଛୁ ଏବଂ ସେଦିନ ଯେଉଁ ଦିବଂଗତ ଆତ୍ମାମାନେ ଚାଲିଗଲେ l ସେମାନଙ୍କ ଉର୍ଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ l ଆଜି ଓଡିଶା ଏକ ମଡେଲ ରାଜ୍ୟରେ ପରିଣତ ହେଇଛି l ସେ ଦିନର ଶିକ୍ଷାକୁ ନେଇ ପ୍ରାକୃତିକ ଦୁର୍ବିପାକର ପ୍ରସ୍ତୁତି କିପରି କରାଯାଏ, ଜଗତସିଂହପୁର ଜିଲ୍ଲା ମଧ୍ୟ ପ୍ରଶାସନିକ ସ୍ତରରେ ଏବଂ ସାଧାରଣ ଜନତା ମଧ୍ୟ ବହୁ ସଚେତନ ହୋଇଛନ୍ତି l ଆଗାମୀ ଦିନରେ ଯଦି ପ୍ରାକୃତିକ ବିପର୍ଯ୍ୟୟ ଆସେ ତାକୁ କେମିତି ମୁକାବିଲା କରାଯିବ ସେଥିପାଇଁ ଜିଲ୍ଲାବାସୀ ସଚେତନ ହୋଇଛନ୍ତି l ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ ୧୯୯୯ ସୁପର ସାଇକ୍ଲୋନରେ ଜଗତସିଂହପୁର ଜିଲ୍ଲା ଧ୍ବସ୍ତ ବିଧ୍ବସ୍ତ ହୋଇ ମହାବାତ୍ୟା ଆମକୁ ଯେଉଁ ଶିକ୍ଷା ଦେଇଛି ସେଥିପାଇଁ ସମସ୍ତେ ସଜାଗ ରହୁଛନ୍ତି l ଏହି ଦିବସରେ ଅଧ୍ଯକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବାରୀ କହିଲେ ଆଜି ଜଗତସିଂହପୁର ଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ପିଲାମାନଙ୍କୁ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ୧୯୯୯ ମହାବାତ୍ୟା ଜିଲ୍ଲାର କ୍ଷୟ କ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିରେ ଓଡିଶା ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଛି l ଜନସାଧାରଣଙ୍କ ସହଯୋଗ ରହିଲେ ଦୁର୍ବିପାକର ସଫଳ ମୁକାବିଲା କରାଯାଇପାରିବ l ପ୍ରାରମ୍ବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ସ୍ୱାଗତ ସୂଚନା ଓ ପୌରପାରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚନା ସିଂ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କରେ ମତବ୍ୟକ୍ତ କରିଥିଲେ l ମହାବାତ୍ୟାରେ ପ୍ରାଣ ହରାଇଥିବା ଦିବଂଗତ ଆତ୍ମା ଉର୍ଦ୍ଧେଶ୍ୟରେ ନୀରବ ପ୍ରାର୍ଥନା ସହ ଜିଲ୍ଲାପାଳ କାର୍ଯ୍ୟାଳୟ ପଡିଆରେ ସମୂହ ଦୀପଦାନ କାର୍ଯ୍ୟାଳୟ ଅଛି l ଜିଲ୍ଲା ଜରୁରୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ମାର୍କଣ୍ଡପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁବାଷକୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟତ୍ରୀ, ବିଭାଗୀୟ ଅଧିକାରୀ, ଜନସାଧାରଣ, ବୁଦ୍ଧିଜୀବୀ ଓ ଗଣପ୍ରତିନିଧିମାନେ ଉପସ୍ଥିତ ଥିଲେ l

0
0
0
s2sdefault