ହେଡଲାଇନସ୍:

ସୁସ୍ଥ ମନ ପାଇଁ ସୁସ୍ଥ ଶରୀରର ଆବଶ୍ୟକତା ରହିଛି:ଅନୁପମ ସାହା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ ପରିସରରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଶ୍ରୀ ଅନୁପମ ସାହା ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ବଣ୍ଟନ କରିଥିଲେ । ଏହି ଅବସରରେ ଶ୍ରୀ ସାହା ସୁସ୍ଥ ମନ ପାଇଁ ସୁସ୍ଥ ଶରୀରର ଆବଶ୍ୟକତା ସଂର୍ପକରେ ଆଲୋକପାତ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ତଥା ଅନ୍ୟାନ୍ୟ ଖେଳକୁଦର ମୂଲ୍ୟବୋଧ ସଂର୍ପକରେ ବିଶଦ ଭାବରେ ବୁଝାଇଥିଲେ । ପାଠ ସହ ଖେଳର ଆବଶ୍ୟକତା ରହିଛି ବୋଲି ଶ୍ରୀ ସାହା ପିଲାମାନଙ୍କୁ ହୃଦବୋଧ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ, ଶ୍ରୀ ସରୋଜ କୁମାର ବେହେରା ଫୁଟବଲ ଖେଳ ପ୍ରତି ପିଲାମାନଙ୍କୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ-ତଥା- ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଖୋର୍ଦ୍ଧା, ଶ୍ରୀ ବିଶ୍ୱନାଥ ତରାଇ, ଓସେପାର ଉପନିର୍ଦ୍ଦେଶକ, ଶ୍ରୀ ମହେଶ୍ୱର ସାହୁ, ସହ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ, ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ, ଭୁବନେଶ୍ୱର, କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମରେ ୩୬୮ଟି ଫୁଟବଲ ପିଲାମାନଙ୍କୁ ବଣ୍ଟନ କରାଯାଇଥିଲା ।
ଏହି କାର୍ଯକ୍ରମରେ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଡ. ପ୍ରଜ୍ଞା ପାରମିତା ଜେନା, ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ, ଭୁବନେଶ୍ୱର ଧନ୍ୟବାଦ ପ୍ରଦାନ କରିଥିଲେ ।

0
0
0
s2sdefault