ହେଡଲାଇନସ୍:

ମେଲଛାମୁଣ୍ଡା ମହାବିଦ୍ୟାଳୟରେ ଯୁବ ତାଲିମ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ମହାବିଦ୍ୟାଳୟ ପରିସରରେ ସୋମବାର ଦିନ ୟୁଥ ରେଡକ୍ରସ ଓ ନେହେରୁ ଯୁବ କେନ୍ଦ୍ର ର୍ଗଡର ମିଳିତ ଉଦ୍ୟମରେ ବୃକ୍ଷ ହିଁ ଜୀବନ, ସ୍ୱଚ୍ଛ ପରିବେଶ, ଯୁବ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ନେହେରୁ ଯୁବ କେନ୍ଦ୍ରର ରୋଶନ ଟଣ୍ଡନ ମୁଖ୍ୟ ଅତିଥି, ଜିଲ୍ଳା କ୍ରିଡା ଅଧିକାରୀ ତୁଷାରକାନ୍ତି ମିଶ୍ର, ଯୁବ ଉପଦେଷ୍ଟା କମିଟି ସଭ୍ୟ ତ୍ରିଲୋଚନ ଶତପଥି, ଫରେଷ୍ଟର ରାଜେନ୍ଦ୍ର ସିଂ, ଫରେଷ୍ଟର ରମେଶ ପଧାନ, ଫରେଷ୍ଟର ଲବ ସାହୁ, ପ୍ରକୃତି ମିତ୍ର ମିନକେତନ ସାହୁ, ୟୁଥ ରେଡକ୍ରସ କାଉନସେଲର ଅଧ୍ୟାପକ ଭୁପତୀ କାଲୋ, ଅଧ୍ୟାପକ ଡ. ପ୍ରଦୀପ ପଧାନ, ଅଧ୍ୟାପକ ଡ. ସରୋଜ ଦାସ, ଅଧ୍ୟାପକ ସୁଶାନ୍ତ ନାୟକ, ଅଧ୍ୟାପକ ମହେଶ ମିଶ୍ର ପ୍ରମୁଖ ସମ୍ମନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିବିରର ଉଦେଶ୍ୟ ଜ୍ଞାପନ କରିବା ସହ ବୃକ୍ଷରୋପଣ ପାଇଁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ସୁନିଲ ଜୈନ, ସୁବାଷ ପଧାନ, ହୃଷିକେଷ ସାହୁ, ମିନତୀ ରଥ, ଉପେନ୍ଦ୍ର ଜାଲ, ସବିତା ସେଠ ଓ ସଂଯୁକ୍ତା କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault