-
453 କୋଟିର ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର , ଉପକୃତ ହେବେ ତିନି ବ୍ଲକର ପ୍ରାୟ ତିନି ଲକ୍ଷ ଲୋକ
-
2 ବର୍ଷ ଭିତରେ କାମ ସାରିବାକୁ ସ୍ପଷ୍ଟ ନିର୍ଦେଶ
ବରଗଡ :-ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଆଜି ବରଗଡ଼ ଜିଲ୍ଲାରେ , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଦ୍ୱାରା ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ,ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନା ମୁତାବକ ଏହି ପ୍ରକଳ୍ପ ର କାର୍ଯ ସମ୍ପୂର୍ଣ୍ଣ ହେଲେ ବରଗଡ଼ ଜିଲ୍ଲାର ଆମ୍ବଭନା ବ୍ଲକ ର ପନ୍ଦର ଗୋଟି ଗ୍ରାମପଞ୍ଚାୟତ ର ଏକ ଶହ ଚାରି ଗୋଟି ଗ୍ରାମର 65 ହଜାର ସାତ ସହ ପନ୍ଦର , ଭଟଲି ବ୍ଲକ ଷୋହଳ ଗୋଟି ଗ୍ରାମ ପଞ୍ଚାୟତ ର 84 ଟି ଗ୍ରାମର ପ୍ରାୟ 90 ହଜାର ଲୋକ ,ଓ ସୋହେଲା ବ୍ଲକ 27 ଗୋଟି ଗ୍ରାମପଞ୍ଚାୟତ ର 128 ଗୋଟି ଗ୍ରାମର ପ୍ରାୟ ଏକ ଲକ୍ଷ ଚାଳିଶ ହଜାର ଲୋକ ସିଧାସଳଖ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ । ।
ଭଟଲି ନିର୍ବାଚନ ମଣ୍ଡଳୀ ପାଇଁ ଏହି ପ୍ରକଳ୍ପ ବରଦାନ ସଦୃଶ୍ୟ । ଆଜି ଏହି ପ୍ରକଳ୍ପ ଘୋଷଣା ପରେ ଭଟଲି , ଆମ୍ବଭନା, ସୋହେଲା ଅଂଚଳର ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଛି । ଦଳମତ ନିର୍ବିଶେଷରେ ସମସ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମାନ୍ୟବର ବିଧାୟକ ଶ୍ରୀ ସିଂ ଆହୁରି ଗୋଟେ କଥା ସ୍ପଷ୍ଟ କହିଛନ୍ତି ଯେ ଏହି ପ୍ରକଳ୍ପ ର କାର୍ୟ୍ଯ 24 ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ସ୍ପଷ୍ଟ ନିର୍ଦେଶ ରହିଛି । ଏହି ପ୍ରକଳ୍ପ କୁ ଏକ ଜୀବନଦାଇନି ପ୍ରକଳ୍ପ ବୋଲି କହିଛନ୍ତି ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ ।