ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ ଅବସରରେ ଭାଇଚାରାର ବାର୍ତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଂଖ୍ୟାଲଘୁ ସମ୍ପ୍ରଦାୟ ଭାଇ ଭଉଣୀମାନଙ୍କୁ ନେଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆହ୍ୱାନ କ୍ରମେ ରକ୍ତଦାନ ଶିବିର ;୨୫୧ ୟୁନିଟ୍ ରକ୍ତ ସଂଗ୍ରହ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ସାଢେ ୪ କୋଟି ଓଡ଼ିଆଙ୍କ ଆଦରଣୀୟ ପ୍ରିୟ ସ୍ୱଚ୍ଛ, ନିର୍ମଳ, ବିକାଶମୁଖୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ଉତ୍ସବ ପାଳନ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଆହ୍ୱାନ କ୍ରମେ କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀ ମାନଙ୍କୁ ନେଇ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ତେବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀ ମାନଙ୍କୁ ନେଇ ରକ୍ତଦାନ ଶିବିର କରିବା ସହିତ ଶୁଭ ଜନ୍ମଦିନ ଅବସରରେ କେକ କାଟି ଜନ୍ମଦିନ ପାଳନ କରିଥିଲେ । ଯାହାର ମୁଖ୍ୟ ଲକ୍ଷ୍ୟ ଥିଲା ସମଗ୍ର ଓଡ଼ିଶାରେ ହିନ୍ଦୁ ମୁସଲମାନ ଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଯାହାକି ଓଡ଼ିଶାବାସୀଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀ ମାନଙ୍କୁ ନେଇ ଏପରି ଏକ ମହତ୍ କାର୍ଯ୍ୟକ୍ରମ ବିଧାୟକ ପ୍ରତାପ ଜେନା ଆୟୋଜିତ କରିଥିବାରୁ ସାଧାରଣରେ ଏହାକୁ ଦୃଢ ପ୍ରଶଂସା କରାଯାଇଥିଲା । ବିଧାୟକ ଶ୍ରୀ ଜେନାଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ନିଶ୍ଚିନ୍ତକୋଇଲି ବ୍ଲକ ସମେତ ମାହାଙ୍ଗା ବ୍ଲକର ୯ଗୋଟି ପଂଚାୟତ ସଂଖ୍ୟାଲଘୁ ସମ୍ପ୍ରଦାୟ ଜନସାଧାରଣଙ୍କୁ ନେଇ ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଡ଼ାକବଙ୍ଗଳା ପରିସରରେ ଏକ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରରେ ମୋଟ ୨୫୧ ୟୁନିଟ ରକ୍ତ ସଂଗୃହିତ ହୋଇଯାଇଛି । କଟକ ରକ୍ତ ଭଣ୍ଡାରର ଡ଼ାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ରହି ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀ ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ତେବେ ରକ୍ତଦାନ ଏକ ମହତକାର୍ଯ୍ୟ ହୋଇଥିବାରୁ ଯେଉଁମାନେ ସ୍ୱଇଚ୍ଛାରେ ସ୍ୱେଚ୍ଛାସେବୀଭାବେ ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇବାକୁ ରକ୍ତଦାନ କରିଥିଲେ ସେହି ସମସ୍ତ ରକ୍ତଦାତା ମାନଙ୍କୁ ବିଧାୟକ ପ୍ରତାପ ଜେନା କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ସମନ୍ୱୟ ଅଧିକାରୀ ରଂଜନ ବିଶ୍ୱାଳ ପହଂଚି ରକ୍ତଦାନ କରିବାର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ପ୍ରାକ୍ତନ ମେୟର ଙ୍କ ପ୍ରତିନିଧି ମଧୁସୂଦନ ସାହୁ, ପର୍ଯ୍ୟବେକ୍ଷକ ବିବେକାନନ୍ଦ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବିଧାୟକଙ୍କ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି,ଜିଲ୍ଲାପରିଷଦ ଭୂପତିଭୂଷଣ ଷଣ୍ଢ, ବିପ୍ଳବ କାପ, ପୂଣ୍ଣଚନ୍ଦ୍ର ସ୍ୱାଇଁ,ବ୍ରଜମୋହନ ପଣ୍ଡା,ଜ୍ୟୋତି ପ୍ରକାଶ ସ୍ୱାଇଁ, ଅନିଲ ଭୂୟାଁ, ପ୍ରମୋଦ ସ୍ୱାଇଁ,ମୌଲାନା ଫାୟାଜ ଆଲାମ, ମୌଲାନା ଅବଦୁଲ ଅଦୁଦ, ମୌଲାନା ଜମାଲ,ମୌଲାନା ଖଇରୁଦ୍ଦିନ୍‌, ମୌଲାନା ରାଜା ସାର୍‌, ସଭାପତି ଅବୁଲ ବେଗ୍‌, ଜିଲ୍ଲା ମାଇନରିଟି ସେଲ ଉପସଭାପତି ଜାକିର ଖାନ୍‌, ଖୁଦରତ୍ ଅଲ୍ଲୀ, ଅମ୍ରାନ ଖାନ, ବିଜୁ ଜନତା ଦଳ ଯୁବ ସଭାପତି ଜ୍ଞାନରଂଜନ ରାଉତ, ଛାତ୍ର ସଭାପତି ସୁଶାନ୍ତ ନାୟକ ଙ୍କ ସମେତ ବିଜୁ ଜନତା ଦଳର ସମସ୍ତ କର୍ମୀ, ସରପଂଚ, ସମିତିସଭ୍ୟ, ସଂଖ୍ୟାଲଘୁ ସମ୍ପ୍ରଦାୟର ଜନସାଧାରଣମାନେ ଯୋଗଦାନ କରିଥିଲେ । ଏଭଳି ଏକ ମହତ ପଦକ୍ଷେପ ପାଇଁ ବିଧାୟକ ଶ୍ରୀ ଜେନାଙ୍କୁ ସବୁ ମହଲରୁ ପ୍ରଶଂସା କରାଯାଇଛି । ଶେଷରେ ବିଧାୟକ ଶ୍ରୀ ଜେନା ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇମାନଙ୍କୁ ଉତରୀୟ ,ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ପର୍ଦ୍ଧିତ କରିବା ସହ କେକ୍ କାଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ କରିଥିଲେ ।

0
0
0
s2sdefault