ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଙ୍କର ଜନ୍ମଦିନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବିଜୁ ଜନତା ଦଳର ସୁପ୍ରିମ ଲୀଡ଼ର , ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ , ଶ୍ରୀ ନବୀନ ପଟ୍ଟନାୟକ ଙ୍କର 77 ତମ ଜନ୍ମଦିବସ ଅବସରରେ ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରତକ୍ଷ ମାର୍ଗଦର୍ଶନ ରେ , ସୋହେଲା ସ୍ଥିତ ଅଗ୍ରସେନ ଭବନ ରେ , ବିଜୁ ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା । ଜିଲ୍ଲା ର ସର୍ବାଧିକ ଲୋକପ୍ରିୟ ନେତା ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କେରିଥିଲେ । ଫିତା କାଟି ଓ ସ୍ବର୍ଗତ ବିଜୁ ବାବୁ ଙ୍କର ଫୋଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶିବିର କୁ ଉଦ୍ଘାଟନ କରିବା ପରେ ଉପସ୍ଥିତ ଅତିଥି , ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନ , ସୋହେଲା ବ୍ଲକ ଅଧ୍ୟକ୍ଷ ବବି ପ୍ରଧାନ ଓ ଅନ୍ୟାନ୍ୟ ଅତିଥି ମାନେ କେକ କାଟି ମୁଖ୍ୟମନ୍ତ୍ରୀ ଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କମନା କରିଥିଲେ ।
ଆଜି ଅନୁଷ୍ଠିତ ରକ୍ତଦାନ ଶିବିର କୁ ପୂର୍ବତନ ସୋହେଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବେହେରା , ଜୀବର୍ଧନ ବାରିହା , ପ୍ରଫୁଲ୍ଲ ପ୍ରଧାନ , ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ,ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ ,ରାଜେଶ ଅଗ୍ରୱାଲ , ନିଲୁ ଝାଙ୍କର , କୁଳମଣି ଦିୱାନ , ଗଣତନ୍ତ୍ର ପ୍ରଧାନ, ମାର୍କଣ୍ଡ ସା , କାର୍ତ୍ତିକ ବାରିକ ଓଡିଶା ମୋ ପରିବାର ର ଶ୍ରୀ ଅଶ୍ୱିନୀ ତ୍ରିପାଠୀ , ସୁରେଶ ବାଗ ପ୍ରମୁଖ ସୁଚାରୁ ରୁପେ ପରିଚାଳନା କରିବା ସହିତ ଆଜିକାର ଏହି ଐତିହାସିକ ଦିନରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

0
0
0
s2sdefault