କ୍ୟାବିନେଟ ଦ୍ୱାରା ମଞ୍ଜୁର ହେଲା ୩୯୫ କୋଟି : କୃତଜ୍ଞତା ଜଣାଇଲେ ବିଧାୟକ ଅରୁଣ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ୩୬ ଓ ରଣପୁର ବ୍ଲକର ୩୭ ପଂଚାୟତର ପ୍ରତି ଘରକୁ ମେଗା ଓ୍ବାଟର ପ୍ରୋଜେକ୍ଟ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଆଜି କ୍ୟାବିନେଟରେ ୩୯୫ କୋଟି ମଞ୍ଜୁର ହୋଇଥିବା ନେଇ ନୟାଗଡ଼ ବିଯାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ପାନୀୟ ଜଳର ସୁବିଧା ପାଇଁ ବହୁଦିନର ପ୍ରତୀକ୍ଷା ପରେ ଓଡ଼ଗାଁ ଏବଂ ରଣପୁର ବ୍ଳକ ଅଂଚଳର ୪୨୯ ଗ୍ରାମକୁ ମହାନଦୀରୁ ପାଇପଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ୩୯୫ କୋଟି ୪୩ ଲକ୍ଷ ଟଙ୍କା ମଞ୍ଜୁରକୁ ଆଜି କ୍ୟାବିନେଟ ମୋହର ଲଗାଇଛି । ଏଥିରେ ଓଡ଼ଗାଁ ବ୍ଳକର ୧ଲକ୍ଷ ୫୩ ହଜାର ୬୩୭ ଏବଂ ରଣପୁର ବ୍ଲକର ୧ଲକ୍ଷ ୫୪ ହଜାର ୫୯୪ ଲୋକ ଉପକୃତ ହେବେ ବୋଲି ଜଣାପଡିଛି । ଆସନ୍ତା ୨ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୁର୍ଣ୍ଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏନେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କର ନୟାଗଡ଼ ଜିଲ୍ଲା ପାଇଁ ରହିଥିବା ଆନ୍ତରିକତାକୁ ପ୍ରଶଂସା କରିଛନ୍ତି । ଏହି ମେଗା ଓ୍ବଟର ପ୍ରୋଜେକ୍ଟ ଘୋଷଣା ହେବାପରେ ଉଭୟ ଓଡ଼ଗାଁ ଓ ରଣପୁର ବ୍ଳକ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ଗାଁ ଅଂଚଳର ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲାପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଡ. ଅରୁଣ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।