ହେଡଲାଇନସ୍:

ଆୟୁର୍ବେଦ କଲେଜ ରୁ କ୍ରମାଗତ ଭାବରେ ଚୋରି ଅଭିଯୋଗରେ ଧାରା ପଡିଲା ନାବାଳକ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଅଂଚଳରେ ଏକ ସୁନାମଧନ୍ୟ ପ୍ରତିଷ୍ଠାନ ଭାବରେ ସୁପରିଚିତ । ଅନୁଷ୍ଠାନ ର ବିକାଶ ଓ ଉନ୍ନତି ପାଇଁ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଓ ପରିଚାଳନା କମିଟି ସଦାସର୍ବଦା ପ୍ରୟାସ ରତ। ଅନୁଷ୍ଠାନ ର ବିକାଶ ଓ ଆବଶ୍ୟକତା ଦୃଷ୍ଟି ରୁ କ୍ରମଗତ ଭାବରେ ନିର୍ମାଣ କାର୍ୟ୍ଯ ଜାରି ରହିଛି । ଏହିକ୍ରମରେ ବର୍ତ୍ତମାନ ମଧ୍ୟ ଅନେକ ପ୍ରକାର ନିର୍ମାଣ ଜାରି ରହିଛି । ବିଗତ କିଛ ସମୟରୁ ନିର୍ମାଣ ସ୍ଥାନରୁ ଛୋଟ ବଡ଼ ଜିନିଷ ଚୋରି ହେଉଥିବା ଜଣାପଡିବା ପରେ ସତର୍କ ହୋଇ ପଡ଼ିଥିଲେ ଅନୁଷ୍ଠାନ ର ସୁରକ୍ଷା କର୍ମୀ ।
ଆଜି ସକାଳୁ ନିର୍ମାଣ ସ୍ଥାନରୁ ଲୁହା ରଡ଼ ଚୋରି କରୁଥିବା ଅବସ୍ଥାରେ ଜଣେ ନାବାଳକ କୁ ଧରିଥିଲେ ସୁରକ୍ଷା କର୍ମୀ । ନାବାଳକ କୁ ଧରିବା ପରେ ସୁରକ୍ଷା କର୍ମୀ ପ୍ରଥମେ ପରିଚାଳନା କମିଟିକୁ ସୂଚନା ପ୍ରଦାନ କରିଥିଲେ । ପରିଚାଳନା କମିଟିର ସୂଚନାରେ ପାଇକମାଲ ଥାନରୁ ଏକ ଟିମ ଆସି ନାବାଳକ କୁ ଥାନାକୁ ନେଇ ଯାଇଥିଲା । ଏଠାରେ ପ୍ରଶ୍ନ ହେଉଛି ଯେ ନାବାଳକ ଜଣକ କେଉଁ ପରିସ୍ଥିତିରେ ଓ କାହିଁକି ଚୋରି କରିବାକୁ ଆସିଥିଲା ? ଏହାପୂର୍ବରୁ ଏହି ଅନୁଷ୍ଠାନ ରେ ହୋଇଥିବା ଚୋରିରେ ଏହି ନାବାଳକ ର ସମ୍ପୃକ୍ତି ଅଛି ନା ନାହିଁ ? ଚୋରି ସାମଗ୍ରୀ କାହାକୁ ବିକ୍ରି କରିବା ପାଇଁ ନେଉଥିଲା ? ଏହି ସବୁ ପ୍ରଶ୍ନର ଖୋଲତାଡ଼ ନିହାତି ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

0
0
0
s2sdefault