ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ସରକାରୀ ବାଳିକା ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚ୍ଚଳା ମହାନ୍ତି ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ,ଆସିଷ୍ଟାଣ୍ଟ ମ୍ୟାନେଜର ସୃତି ମହାନ୍ତି ବାଳିକା ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ମ୍ୟାଡ଼ାମଙ୍କ ସହ ଆଲୋଚନା କରିଥିଲେ l ବାଳିକାମାନଙ୍କୁ ଆଜିଦିନର ପାଳନର ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । କନ୍ୟା ସନ୍ତାନମାନଙ୍କ ପ୍ରତି ଥିବା ସମାଜିକ ଅନ୍ଧବିଶ୍ୱାସକୁ କିପରି ଦୂରକରି କନ୍ୟାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସେ ବିଷୟରେ ଆଲୋଚନା କରାଯାଇଥିଲା । ଲିଙ୍ଗ ନିରୁପଣ ଓ କନ୍ୟାଭ୍ରୁଣ ହତ୍ୟାର ପ୍ରତିରୋଧ କରିବା ଓ ଏ ଜନିତ ସୂଚନା ପାଇଲେ ଜଣାଇବାକୁ ଅବଗତ କରାଯାଇଥିଲା। ସରକାରଙ୍କ ଆଇନ ଅନୁଯାୟୀ ଦଣ୍ଡବିଧାନ ବ୍ୟବସ୍ଥା ଅଛି ଓ ଜଣାଇଥିବା ଲୋକର ନାମ ଗୋପନୀୟ ରଖ୍ ପୁରସ୍କାରରେ ବ୍ୟବସ୍ଥା ମଧ୍ୟ ରହିଛି ଆଲୋଚନା କରାଯାଇଥିଲା । ବାଳିକାମାନଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା, ଉକ୍ତ ପ୍ରତିଯୋଗିତାରେ ୧୦ ଜଣ ବାଳିକା ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଛଅ ଜଣ ଭଲ ଭତ୍ତର ଦେଇଥିଲେ । ସେମାନଙ୍କୁ ଆସନ୍ତା 13 ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଦ୍ବାରା ପୁରସ୍କୃତ କରାଯିବ ଓ ଅନ୍ୟ ଅଂଶଗ୍ରହଣ କରିଥିବା ବାଳିକାମାନଙ୍କୁ ସାନ୍ତ୍ୱନାଜନକ ପୁରସ୍କାର ମଧ୍ୟ ଦିଆଯିବ l ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରମାନଙ୍କ ଶ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।
ରାଜ୍ୟ
ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ
- Hits: 420