କାଶୀପୁର / ଟିକିରି ରୁ ବୈକୁଣ୍ଠ ଦୁରିଆ : "ଆମେ ଗରିବ ଲୋକ | ସରକାର ବିକଳାଙ୍ଗ ଙ୍କୁ ଭତ୍ତା ଦେଉଛନ୍ତି | ଏହା ମିଳୁଥିଲେ କିଛି ମାତ୍ରାରେ ଆମ ଚଳିବାରେ ସହାୟକ ହେଉଥାନ୍ତା | କିନ୍ତୁ ମୋତେ ଭତ୍ତା ମିଳୁନି | ମୁ କାହାକୁ କହିବି ? ଶୁଣିବ କିଏ ? କଥା କହିବା ପାଇଁ ବି ଜୋର ପାଉନି | ଏଇ ଦୁଃଖ କଷ୍ଟ ଆଉ ସହି ହଉନି | " ଏମିତି କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡୁଡୁକାବାଲ ଗ୍ରାମର ଏକ ବିକଳାଙ୍ଗ ବାସୁଦେବ ପ୍ରଧାନ ଓ |ସରକାର ବିକଳାଙ୍ଗ କୁ ୫୦୦ ଟଙ୍କା ଦେଉଥିଲେ | ମୁ ବିକଳାଙ୍ଗ ଭତ୍ତା ପାଇଁ ସରପଞ୍ଚ କୁ ବାରମ୍ବାର କହିଲେ ସେଥିମଧ୍ୟରେ ପାଞ୍ଚ ବର୍ଷ ବିତିଗଲା | ସରପଞ୍ଚଙ୍କ କିଛି ଉତ୍ତର ନାହି କି ପ୍ରଶାସନ କୁ ଜଣାଇଲି ତାଙ୍କେ ମଧ୍ୟ କିଛି ସାହାଯ୍ୟ କରିଲେ ନାହି |ଆମେ ପଂଚାୟତରେ ପଚାରିଲେ କହୁଛନ୍ତି, ବ୍ଲକ ରେ ଯିବା ପାଇଁ | ମୁଁ ଗୋଟେ ବିକଳାଙ୍ଗ , ମୁଁ କେତେ ଥର ଯିବି ! ମୋ ପାଖରେ ଟଙ୍କା ନାହି | ବୁଲି ବୁଲି ପାଞ୍ଚ ବର୍ଷ ବୁଲିଲି | ଆଉ ଦେହରେ ଶକ୍ତି ନାହି |ମୋର ପରିବାର କେତେ କଷ୍ଟ ରେ ଚଳୁଚୁ ସେହି ଉପର ଵାଲା ହି ଜାଣିଛନ୍ତି ମୋ ଦୁଃଖ ଗୁହାରି କଲେ ମଧ୍ୟ କିଏ ଶୁଣିବାକୁ ନାହି ମୁ ବିକଳାଙ୍ଗ ହେବାଟା ଭୁଲ ହୋଇଗଲାକି ? ବାରମ୍ବାର ସରକାର ଆମକୁ ଏମିତି ସବୁ କଥାରେ ଅସୁବିଧାରେ ପକାଉଛନ୍ତି କାହିଁକି ! ଆମ ବିକଳାଙ୍ଗ ହୋଇଗଲୁ ବୋଲି କଣ ଆମେ କିଛି କରି ପାରିବୁ ନାହୁଁ ବୋଲି ଏମିତି କରୁଛନ୍ତି କି ? ସରକାର ଆମକୁ ଏମିତି ଅବେହେଳା କରିବାର କାରଣ କଣ ହେଇ ପାରେ ବୋଲି ପ୍ରଶ୍ନକରିଛନ୍ତି ବାସୁଦେବ | ତେବେ ଏହି ଘଟଣା ଜଣା ପଡିବା ପରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |
ରାଜ୍ୟ
ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ବାସୁଦେବ
- Hits: 297