ତଳେ ବସି କାର୍ଯକ୍ରମ କଭର କଲେ ବରିଷ୍ଠ ସାମ୍ବାଦିକ
ବରଗଡ :- ଆଜି ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କର ମିଳିତ ଅଭିଯୋଗ ଶୁଣାଣୀ କାର୍ଯକ୍ରମ ରହିଥିଲା । ଜିଲ୍ଲାପାଳ ଙ୍କୁ ନିଜର ସମସ୍ୟା ଜଣାଇବାକୁ ସମଗ୍ର ପାଇକମାଲ ସହିତ ନିକଟସ୍ଥ ଝାରବନ୍ଧ, ଓ ଅନ୍ୟ ସ୍ଥାନରୁ ମଧ୍ୟ ବହୁ ସଂଖ୍ୟା ରେ ସାଧାରଣ ଜନତା ଆସିଥିଲେ । ସମୁଦାୟ 217 ଗୋଟି ଅଭିଯୋଗ ର ଶୁଣାଣି କରିଥିଲେ ଜିଲ୍ଲାପାଳ । କିନ୍ତୁ ଅତି ଦୁଖଃ ଓ କ୍ଷୋଭର ବିଷୟ ଯେ ଆଜିକାର ଏହି କାର୍ଯକ୍ରମ ହେଉଥିବା ସ୍ଥାନରେ ବୟସ୍କ ଲୋକଙ୍କ ପାଇଁ ନା ରହିଥିଲା ବସିବାର ବ୍ୟବସ୍ଥା ନା ଲୋକଙ୍କ ପାଇଁ ରହିଥିଲା ଛାଇ ର ବ୍ୟବସ୍ଥା । ସକାଳ ସାଢେ ଏଗାରଟା ରେ ଅରମ୍ବ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ ଲୋକେ ଦୂରଦୂରାନ୍ତରରୁ ଅନେକ ଲୋକ10 ଟା ପିର୍ବରୁ ବ୍ଲକକୁ ପହଂଚି ଯାଇଥିଲେ । ଦୀର୍ଘ ଚାରି ରୁ ପାଞ୍ଚ ଘଣ୍ଟା ଖରାରେ ଛିଡା ହେବା ଅନେକ ବୟସ୍କ ଙ୍କର ପାଇଁ ଅତ୍ୟନ୍ତ ଅସହ୍ୟ ହୋଇ ପଡୁଥିଲା କିନ୍ତୁ ଜିଲ୍ଲାପାଳ ଙ୍କୁ ଭେଟିବା ଇଛାରେ ଖରା ଓ ଛିଡା ହେବା ଯନ୍ତ୍ରଣା କୁ ବାଧ୍ୟ ହୋଇ ସହି ଯାଉଥିଲେ । କିଛି ବୟସ୍କ ବୃଦ୍ଧ ବୃଦ୍ଧା ମାନଙ୍କୁ ପୋଲିସ ଭାଇ ମାନେ ସହଯୋଗ କରୁଥିବା ବେଳେ ବ୍ଲକ ପ୍ରଶାସନ ଏହିଭଳି ଅବ୍ୟବସ୍ଥା ସମସ୍ତଙ୍କୁ ଦୁଃଖିତ କରୁଥିଲା । ଏଥିରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଇ ପାରେ ସ୍ଥାନୀୟ ବ୍ଲକ ପ୍ରଶାସନ କେତେ ସମ୍ବେଦନହୀନ ଓ ଅପାରଗ ।
ଅନ୍ୟପଟେ ପାଇକମାଲ ଅଂଚଳର ବରିଷ୍ଠ ସାମ୍ବାଦିକ ଶ୍ରୀ ବଡ ସଥପଥୀ ପ୍ରାୟ ଦୁଇ ଘଣ୍ଟା କାଳ ଛିଡା ହୋଇ କଭରେଜ କରିବା ପରେ ଥକି ପଡି ତଳେ ଚଟ୍ଟାନ ଉପରେ ବସି ପଡ଼ିଥିଲେ । ଜଣେ ବରିଷ୍ଠ ସାମ୍ବାଦିକ ତଳେବସି ଜିଲ୍ଲାପାଳଙ୍କ କାର୍ଯକ୍ରମକୁ କଭର କରୁଥିବା ଅନ୍ୟ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅନେକ ଆଘାତ ଦେଇଥିଲା । ଜଣେ ବରିଷ୍ଠ ସାମ୍ବାଦିକ ଙ୍କ ପାଇଁ ଗୋଟେ ଚେୟାର କିମ୍ବା ଗୋଟେ ପାଣି ବୋତଲ ର ବ୍ୟବସ୍ଥା କରିବା ପାଇଁ ଅକ୍ଷମ ଥିବା ପାଇକମାଲ ବ୍ଲକ ପ୍ରଶାସନ ର ଅବ୍ୟବସ୍ଥା ସାମ୍ବାଦିକ ମାନଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି । ଅବଶ୍ୟ ପାଇକମାଲ ବ୍ଲକ ପ୍ରଶାସନ ପାଇଁ ଏହା କିଛି ନୂଆଁ ନୁହେଁ । ଲୋକଙ୍କ ପାଇଁ ହେଉଥିବା ଏହିଭଳି କାର୍ଯକ୍ରମ ରେ ଲୋକଙ୍କୁ ଉଚିତ ସମ୍ମାନ ପ୍ରଦାନ କରି ସେମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ପ୍ରଦାନ କରାଯିବା ମାନବିକତା ର ପରିଚୟ ଏକଥା ଅଧିକାରୀ ମାନେ ନିଶ୍ଚୟ ଜାଣିବା ଆବଶ୍ୟକ ।