ହେଡଲାଇନସ୍:

କେବେ ସୁଧୁରିବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାଗ୍ୟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବୁଲା ପ୍ରାଣୀଙ୍କ ନିର୍ଭୟ ଆଶ୍ରୟସ୍ଥଳ,ଏହାର ନମୁନା ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଯାଜପୁରରୁ ସୁବାଷଚନ୍ଦ୍ର ନାୟକଙ୍କ ରିପୋର୍ଟ (ଶାସକ ପ୍ରଶାସକ) : ଶିଳ୍ପନଗରୀ ଯାଜପୁରର ପ୍ରାଣକେନ୍ଦ୍ର ଯାଜପୁରରୋଡ଼ରେ ଅବସ୍ଥିତ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ଚରମ ଅବ୍ୟବସ୍ଥା ଅସ୍ୱାସ୍ଥ୍ୟକର ପରିବେଶ ଓ ଡ଼ାକ୍ତର ତଥା ଆନୁସଙ୍ଗିକ ଷ୍ଟାଫ ମାନଙ୍କ ଅଭାବରେ ବଡ଼ ଦୁର୍ଦ୍ଦିନରେ ଗତି କରୁଛି । ପ୍ରତ୍ୟେକ ଦିନ ଏହି ସ୍ୱାସ୍ଥକେନ୍ଦ୍ରକୁ ଆଖପାଖ ୪୦ ଗୋଟି ଗ୍ରାମର ତଥା ସଲଗ୍ନ ୪ଗୋଟି ବ୍ଳକ ଯଥା-ଦାନଗଦୀ ,କୋରେଇ,ସୁକିନ୍ଦା, ଓ ରସୁଲପୁର ଅଞ୍ଚଳରୁ ବିଭିନ୍ନ ରୋଗୀ ଆତଜାତ ହୁଅନ୍ତି । ଏହି ସମସ୍ତ ରୋଗୀ ମାନଙ୍କ ମଧ୍ୟରେ ମୁଖ୍ୟତଃ ଦୁର୍ଘଟଣା ଜନିତ ଝାଡ଼ା,ଜୂର ଓ ପ୍ରସୂତି କାଳିନ ରୋଗୀଙ୍କ ସମାହାର ଅଧିକ ହୁଏ । ମାତ୍ର ବିଡ଼ମ୍ବନାର ବିଷୟ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ସ୍ଥାନୀୟ ଜନସାଧାରଣଙ୍କର ସ୍ୱାସ୍ଥସେବା ଯୋଗାଇଦେବାରେ ସଂପୁର୍ଣ୍ଣ ବିଫଳ ହୋଇଛିବୋଲି ସାଧାରଣରେ ଆଲୋଚନା ହେଉଛି ।ଏହି ସ୍ୱାସ୍ଥକେନ୍ଦ୍ରରେ ମୁଖ୍ୟତଃ ଆଶୁ ତଥା ବର୍ହି ଚିକିତ୍ସା  ବିଭାଗ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ନିସ୍ତେଜକ ବିଭାଗ ମେଡ଼ିସିନ ବିଭାଗ କାର୍ଯ୍ୟକରୁଛି । ଏହି ମେଡ଼ିକାଲର ଅର୍ନ୍ତବିଭାଗ ଓ ବର୍ହି ବିଭାଗ ପୂତିଗନ୍ଧମୟ  ପରିବେଶ ପାନ ଖଙ୍କାର ଛାପ ମେଡ଼ିକାଲ ପରିସର ମଧ୍ୟରେ କୁଢ଼ କୁଢ଼  ଆବର୍ଜନା ବୁଲାକୁକୁର ଷଣ୍ଢଙ୍କର ଦୌରାତ୍ମ୍ୟ  ଦରୱାନ ବିହୀନ ମୁକୁଳାଗେଟ୍ କଠିନ ବର୍ଯ୍ୟବସ୍ତୁ ପରିଚାଳନାରେ ତୃଟି ଏହାର ପରିବେଶକୁ ଅଧିକ ସଂଗିନ କରିଛି |  ବୁଲାକୁକୁର ଦୌରାତ୍ମ ବଢ଼ିଛି । କୁକୁରମାନେ ମନଇଚ୍ଛା ସବୁୱାର୍ଡ ରେ ବୁଲୁଛନ୍ତି । ମାତ୍ର କହିବା ବାହୁଲ୍ୟ ଶିଶୁ ପ୍ରସୂତୀ ବିଭାଗରେ ଜନ୍ମିତ ଛୋଟ ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶ୍ନବାଚୀ ହୋଇଛି । ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରସୂତି ୱାର୍ଡର଼୍ରୁ ନବଜନ୍ମିତ ଶିଶୁକୁ ମାରିଦେବାର ଖବର ବିରଳ ନୁହେଁ । ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜୁକ୍ତ ହୋଇଥିବା ଝାଡ଼ୁଦାର ଓ ସୁରକ୍ଷା କର୍ମୀ ସେମାନଙ୍କର ଦାୟିତ୍ୱ ସୂଚାରୁରୂପେ ତୁଲାଇ ନାହାନ୍ତି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସରଙ୍କୁ ଏ ବିଷୟରେ ଆମେ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଅନୁପସ୍ଥିତ ରହୁଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ସମସ୍ତଙ୍କୁ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟକର ପରିବେଶ ଯୋଗାଇ ଦେବାପାଇଁ ସରକାର ସ୍ଳେଗାନ ଓ ବାସ୍ତବତା ମଧ୍ୟରେ କେତେ ଯେ ଫରକ ତାହା ନିଜସ୍ୱ ଚକ୍ଷୁରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ ଏହାର ସୁଯୋଗ ନେଇ ବେସରକାରୀ ସ୍ୱାସ୍ଥ୍ୟ ସଂସ୍ଥା ଗରିବ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି । କହିବ କହାକୁ ଶୁଣିବ କିଏ? 

0
0
0
s2sdefault