ହେଡଲାଇନସ୍:

ଗାଡ଼ି ରୁ ତେଲ ଚୋରି ଅଭିଯୋଗରେ ଘରୁ ଟେକି ନେଇ ୪ ଆଦିବାସୀ ଯୁବକ ଙ୍କୁ ମାଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦ୍ବୀପ ୱାର୍ଡ ନମ୍ୱର ୬ ରେ l ବାଉରୀୟାପାଳନ୍ଦା ଅଞ୍ଚଳରେ ଘରେ ଶୋଇଥିବା ଅବସ୍ଥାରେ ପାଖ ଭାରତ ପେଟ୍ରୋଲିୟମ ତେଲ ଡିପୋ ଟର୍ମିନାଲ୍ କିଛି ଡ୍ରାଇଭରମାନେ ତେଲ ଚୋରି ସନ୍ଦେହରେ ବସ୍ତିର କିଛି ନିରୀହ ଆଦିବାସୀ ୪ ଜଣ ଯୁବକଙ୍କୁ ହଟାତ୍ ଭୋର୍ ସମୟରେ ଘରୁ ଡାକି ନେଇ ଟର୍ମିନାଲ ମଧ୍ୟରେ ଥିବା ଆଶ୍ରସ୍ଥଳୀ ମଧ୍ୟରେ କିଛି ବୁଝି ନ ସୁଝି ହାତ ଗୋଡ ବାନ୍ଧି ନିସ୍ତୁକ ଭାବରେ ମାଡ଼ ମାରିଥିଲେ l କୌଣସି ସୂତ୍ର ରୁ ପି ପି ଏଲ ପାଣ୍ଠି ଅଧିକାରୀ ଖବର ପାଇ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲରେ ରେ ଭର୍ତ୍ତି କରି ଚିକିତ୍ସା ପାଇଁ ପଠାଇଥିଲେ l ସେଠାରୁ ଡାକ୍ତର ଜଣକୁ କଟକ ଓ ଅନ୍ୟ ତିନି ଜଣକୁ ଜଗତସିଂହପୁର ସ୍ଥାନାନ୍ତରିତ କରିଥିଲେ l ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଥିଲେ ଏହାର ସଠିକ୍ ତଦନ୍ତ ଓ ଦୋଷୀମାନଙ୍କୁ ଉଚିତ୍ ଦଣ୍ଡ ଓ ଆହତମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ସାହାଯ୍ୟ ସହଯୋଗ କାମନା କରିଛନ୍ତି ବସ୍ତି ବାସିନ୍ଦା l

0
0
0
s2sdefault