ପାରାଦୀପ:- ପ୍ଲାଣ୍ଟର ଆପାତକାଳୀନ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ଆର୍ସଲର୍ମିତଲ୍ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ପାରାଦୀପ ସ୍ଥିତ ଏହାର ପ୍ଲାନ୍ଟ ପରିସରରେ ଏକ ଆପାତକାଳୀନ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ସୁରକ୍ଷା ଅଧିକାରୀ ଏବଂ ସଂଯୋଜକଙ୍କୁ ନେଇ ଗଠିତ ଅନ୍-ସାଇଟ୍ ପରିଚାଳନା ଦଳ ହାଇ ସ୍ପିଡ୍ ଡିଜେଲ୍ (ଏଚ୍ଏସ୍ଡି) ଏବଂ ପ୍ଲାନ୍ଟ୍ର କନଭେୟର ସିଷ୍ଟମ୍ରେ ଅଗ୍ନିଧାରଣ ସମୟରେ ସୁରକ୍ଷା ଉପକରଣ ଏବଂ ଅଗ୍ନିଶମ ପ୍ରଣାଳୀର ବ୍ୟବହାର ସମ୍ବନ୍ଧରେ ମକ୍ ଡ୍ରିଲ୍ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ ଏବଂ ପାରାଦୀପ ସ୍ଥିତ ଅନ୍ୟ ଶିଳ୍ପଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
ମକ୍ ଡ୍ରିଲ୍ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଓମାଣ୍ଡ୍ ଷ୍ଟ୍ରକଚର୍ର ଅନୁସରଣ କରାଯାଇଥିଲା ଏବଂ ପ୍ରଭାବିତ ବ୍ୟକ୍ତିଙ୍କୁ ନିଶ୍ୱାସ ପ୍ରଶ୍ୱାସ ଯନ୍ତ୍ର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଉପକରଣ ସାହାଯ୍ୟରେ ଘଟଣାସ୍ଥଳରୁ ସ୍ଥାନାନ୍ତର କରାଯାଇଥିଲା । କାରଖାନା ଏବଂ ବଏଲର ନିର୍ଦ୍ଦେଶାଳୟର ବରିଷ୍ଠ ସରକାରୀ କର୍ମଚାରୀମାନେ ଏଏମ୍/ଏନ୍ଏସ୍ ଇଣ୍ଡିଆ ଟିମ୍ର ସଦସ୍ୟମାନଙ୍କୁ ମକ୍ ଡ୍ରିଲ୍ କରିବାର ଏହି ଉଦ୍ୟମ ଏବଂ ଉନ୍ନତି ନିମନ୍ତେ ମୂଲ୍ୟବାନ୍ ପରାମର୍ଶ ଦେଇଥିôବାରୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ଯୋଗ ଦେଇ ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଆସେଟସ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି ସୁରେଶା କହିଛନ୍ତି, ଏହି କାର୍ଯ୍ୟକ୍ରମରେ ଜରିଆରେ ଜରୁରୀକାଳୀନ ପରିସ୍ଥିତିରେ ପ୍ରସ୍ତୁତ ରହି କିପରି ପରସ୍ପରକୁ ସାହାଯ୍ୟ କରିପାରିବା ଏବଂ ଏହି ଡ୍ରିଲ୍ ଗୁଡିକ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ପ୍ଲାନ୍ଟରେ କୌଣସି ପ୍ରକାରର ଅପ୍ରତ୍ୟାଶିତ ପରିସ୍ଥିତିକୁ ଏଡାଇବା ଏବଂ ନିୟନ୍ତ୍ରଣ କରିବା ପାଇଁ ପ୍ଲାନ୍ଟ ପରିସରରେ ଜରୁରୀକାଳୀନ ପ୍ରସ୍ତୁତି ଗ୍ରହଣ କରାଯିବା ନିତ୍ୟାନ୍ତ ଆବଶ୍ୟକ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ପେଲେଟ୍ ପ୍ଲାନ୍ଟ ମୁଖ୍ୟ ୟୁ.ଏସ୍,ଆର୍ ରାଜୁ, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ମୁଖ୍ୟ ସଞ୍ଜୀବ କୁମାର ମୁଦୁଲିଙ୍କ ସହିତ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରାଜ୍ୟ
ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ମକ୍ ଡ୍ରିଲ୍ ଆୟୋଜିତ
- Hits: 402