ଖୋର୍ଦ୍ଧା/ବାଣପୁର:-(ସେକ୍ କୌଶର) ତାଲୁକ୍ ଆଇନ ସହାୟତା କମିଟି ଖୋର୍ଦ୍ଧା ଜିଲ୍ଲା ବାଣପୁର ତରଫରୁ ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଆଇନ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନିୟର ସିଭିଲ୍ ଜଜ ମନରଂଜନ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ,ଜେଏମ ଏଫସି ସ୍ମାତକି ଦାସ, ବାଲୁଗାଁ ଏସ୍ ଡିପିଓ ମାନସ ରଂଜନ ବାରିକ , ବାଣପୁର ବ୍ଲକ ବିଡିଓ ବୁଲବୁଲ ବେହେରା , ବରିଷ୍ଠ ଆଇନଜିବି ଗୈରୀ ଶଙ୍କର ଷଡଙ୍ଗୀ,ଦିଲ୍ଳୀପ ସତପଥି , ଜଗନ୍ନାଥ ଭୋଳ , ସୁଧିର ପ୍ରଧାନ, ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଯୋଗଦେଇ । ସାଇବର ଠକେଇ ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ସମାଜରେ ସାଧାରଣ ଜନତା କିପରି ସାଇବର ଠକେଇର ଶିକାର ହେଉଛନ୍ତି । ଏନେଇ ଉପସ୍ଥିତ ଥିବା ବିଦ୍ୟାର୍ଥିଙ୍କୁ ସଚେତନତା କରାଇଥିଲେ । ଏହାକୁ କ୍ରୀଡା ଶିକ୍ଷକ ବିଭୁନ୍ଦେନ୍ଦୁ ମାନସିଂହ ପରିଚାଳନା କରିଥିଲେ।।
ରାଜ୍ୟ
ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆଇନ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ !!!
- Hits: 309