ହେଡଲାଇନସ୍:

*ଜବର ଦଖଲ ଉଚ୍ଛେଦ ବେଳେ ପୋଲିସ ଓ ଜନତା ହାତାହାତି, ବନ୍ତ ଛକରେ ୧୪୪ ଧାରା ଜାରି*

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭଦ୍ରକ : (ସତ୍ୟବ୍ରତ ନାୟକ)ବନ୍ତ ଛକରେ ୧୪୪ ଧାରା ଜାରି । ଉଚ୍ଛେଦ ସରିବା ଯାଏଁ ଲାଗୁ ରହିବ ୧୪୪ ଧାରା । ଉଚ୍ଛେଦ ବେଳେ ପୋଲିସକୁ ଦୁର୍ବ୍ୟବହାର ଓ ବିରୋଧକୁ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ । ଏନେଇ ଭଦ୍ରକ ତହସିଲଦାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।ଖବର ଅନୁଯାୟୀ, ଭଦ୍ରକ ସହରର ବନ୍ତ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଥିଲା । ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ତ୍ୱେ ବି ଦୋକାନ ଗୁଡିକ ଖୋଲାରହିଥିଲା । ଶେଷରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରିବା ଆରମ୍ଭ ହୋଇନଥିଲା ପ୍ରୟାସ । କିନ୍ତୁ ଦେଖାଦେଇଥିଲା ବିରୋଧ । ଏପିରିକି ପୋଲିସକୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ଆକ୍ସନକୁ ଆସିଛି ସ୍ଥାନୀୟ ପ୍ରଶାସନ । ବନ୍ତ ଛକରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜରି କରାଯାଇଛି । ଉଚ୍ଛେଦ ସରିବା ଯାଏଁ ଏହି ୧୪୪ ଧାରା ଜାରି ରହିବ । ଏବେବି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

0
0
0
s2sdefault