ଭୁବନେଶ୍ୱର: ଭୁବନେଶ୍ୱର ବ୍ଲକରେ ଆଜି ପୂର୍ବାହ୍ଣରେ ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀଭୁବନେଶ୍ୱର ବ୍କକ ଗସ୍ତ କରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଟ ୪୬ଟି ବିଭିନ୍ନ ପ୍ରକାର ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୨ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ୩୦ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ରହିଥିବା ବେଳେ ୧୬ ଟି ଅଭିଯୋଗ ସାମୁହିକ ସମସ୍ୟା ସଂପର୍କିତ ରହିଥିଲା । ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । ଗୃହୀତ ଅଭିଯୋଗ ମଧ୍ୟରେଜମିବାଡି ସଂକ୍ରାନ୍ତୀୟ ମାମଲା, ଜବରଦଖଲ ଉଚ୍ଛେଦ,ଜଳ ନିଷ୍କାସନ ସମସ୍ୟାର ସମାଧାନ, ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ, ସାମାଜିକ ନିରାପତ୍ତାରେ ସହାୟତା ପ୍ରଦାନ ଆଦି ସଂପର୍କିତ ଅଭିଯୋଗ ରହିଥିଲା । ଚିକିତ୍ସା ସହାୟତା ପାଇଁ ଆସିଥିବା କେତେକ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ଚିକିତ୍ସା ସୁବିଧା ନେବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ,ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା, ଶ୍ରୀ ଦିଗନ୍ତ କୁମାର ରାଉତରାୟ,ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ଏସିପି-ଜୋନ୍-୪ ଶ୍ରୀ ଏସ୍.ଏନ୍. ମୁଦୁଲି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ସାହୁ, ଭୁବନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମ୍ପଦ କୁମାର ଦଳାଇଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ଭୁବନେଶ୍ୱର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣି
- Hits: 239