ଓଡ଼ିଶାରେ କମ୍ପାନୀର ବାର୍ଷିକ ବିଶ୍ୱକର୍ମା ପୂଜା ପାଳନ ସମୟରେ ନିର୍ମାଣର ୩୫ ଜଣ ବୀରଙ୍କୁ ସମ୍ମାନିତ କରାଯାଇଥିଲା, ଏହାଦ୍ୱାରା ଅଞ୍ଚଳର ଠିକାଦାର ବର୍ଗଙ୍କ ମଧ୍ୟରେ ପ୍ରମୁଖତାକୁ ସୁନିଶ୍ଚିତ କରାଯାଇଛି
ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍) ଏହାର ‘ଆପ୍ ହୈ ସଚ୍ଚେ ବିଶ୍ୱକର୍ମା’ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମଗ୍ର ପୂର୍ବାଞ୍ଚଳରୁ ୧୨୩ ଜଣ ପ୍ରବୀଣ ଠିକାଦାରଙ୍କର ବହୁମୂଲ୍ୟ ଅବଦାନକୁ ନେଇ ପାଳନ କରିଛି । ଅଗଣିତ ବ୍ୟକ୍ତିଗତ ବାସଗୃହ ନିର୍ମାତାଙ୍କ ସ୍ୱପ୍ନର ବାସଗୃହକୁ ନିଜର ବିଦ୍ୱତା ଏବଂ କାରିଗରୀରେ ବାସ୍ତବ କରିପାରିଥିବା ବୟୋଜ୍ୟେଷ୍ଠ ଅବସରପ୍ରାପ୍ତ ଠିକାଦାରଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ଓଡ଼ିଶାରେ କମ୍ପାନୀର ବାର୍ଷିକ ବିଶ୍ୱକର୍ମା ପୂଜା ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଡାଲମିଆ ଭାରତ ଲିମିଟେଡ ପକ୍ଷରୁ ସମଗ୍ର ଅଞ୍ଚଳରେ ଠିକାଦାର ବର୍ଗଙ୍କ ମଧ୍ୟରେ ଅଗ୍ରଣୀ ଠିକାଦାର ସୃଷ୍ଟି ଲକ୍ଷ୍ୟରେ ୨୦୨୦ରେ ‘ଆପ୍ ହୈ ସଚ୍ଚେ ବିଶ୍ୱକର୍ମା’ ପ୍ରୟାସ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଘାଟନୀ ବର୍ଷରେ ୧୪ ଜଣ ବିଶ୍ୱକର୍ମାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ତାହା ପରବର୍ଷ ୨୦୨୧ରେ ୭୪ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ଏହି ଅଗ୍ରଣୀ ସିମେଣ୍ଟ କମ୍ପାନୀ ଓଡ଼ିଶାରୁ ୩୫ ଜଣଙ୍କ ସମେତ ସମୁଦାୟ ଅଞ୍ଚଳରୁ ୧୨୩ ଜଣ ପ୍ରବୀଣ ଠିକାଦାରଙ୍କୁ ସମ୍ମାନିତ କରିଛି ।
କମ୍ପାନୀର ‘ଆପ୍ ହୈ ସଚ୍ଚେ ବିଶ୍ୱକର୍ମା’ ପ୍ରୟାସ ସମ୍ପର୍କରେ ମତଦେଇ କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି, “ପ୍ରତିବର୍ଷ ଆମ କମ୍ପାନୀ ଆମର ପ୍ରବୀଣ ଠିକାଦାରଙ୍କ ସହିତ ବିଶ୍ୱକର୍ମା ପୂଜା ଉତ୍ସବ ପାଳନ କରୁଛି ଯେଉଁଠାରେ କାରିଗରୀ ଓ କୁଶଳତାର ଦେବତା ବିବେଚନା କରାଯାଉଥିବା ଭଗବାନ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରାଯାଉଛି । ପୂର୍ବାଞ୍ଚଳରେ ଆମର ବୟୋଜ୍ୟେଷ୍ଠ ଠିକାଦାରଙ୍କୁ ଆମ ରାଷ୍ଟ୍ରଗଠନରେ ସେମାନଙ୍କର ଅତୁଳନୀୟ କାରିଗରୀ କୁଶଳତା ନିମନ୍ତେ ସମ୍ମାନ ଓ କୃତଜ୍ଞତା ଜଣାଇବାର ନିଦର୍ଶନ ସ୍ୱରୂପ ଆମେ ସେମାନଙ୍କୁ ଏହି ଦିବସରେ ସମ୍ମାନ ପ୍ରଦର୍ଶନ କରୁଛୁ । ଆମର ଆଶା ଯେ ଆମର ଏହିଭଳି ପ୍ରୟାସ ଏକ ମଜଭୁତ ଭାବଗତ ସଂଯୋଗ ସ୍ଥାପନ କରିବାରେ ସହାୟକ ହେବା ସହିତ ଏକ ସମ୍ମାନବୋଧର ଭାବଧାରା ଅନ୍ତର୍ନିବେଶ କରାଇବ, ଯାହା ଡାଲମିଆ ଭାରତ ଲିମିଟେଡ ମୂଲ୍ୟ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ ।”
ଉତ୍ସବ ପାଳନ ଅବସରରେ ବଛା ବଛା ବୟୋଜ୍ୟେଷ୍ଠ ଠିକାଦାରଙ୍କ ଜୀବନ ଓ କୃତି ଆଦିକୁ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଏକ ଆଲ୍ବମ୍ରେ ସ୍ଥାନିତ କରାଯାଇ ତାହାକୁ ସମୁଦାୟ ଠିକାଦାର ପରିବାରଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ସେହି ବିଶ୍ୱକର୍ମାମାନଙ୍କୁ ମଧ୍ୟ ଏକ ଫଳକ, ଏକ ଶାଲ୍, ଏକ କାନ୍ଥଘଣ୍ଟା ଆଦି ବରିଷ୍ଠ ଠିକାଦାରଙ୍କ ପରିବାରବର୍ଗ, ଡାଲମିଆ ସିମେଣ୍ଟ ଭାରତ ଲିମିଟେଡର ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଡିଲର ଓ ଡାଲମିଆ ଭାରତ ଟିମ୍ ଓ ସଦସ୍ୟମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ।
ଏହି ସମ୍ବର୍ଦ୍ଧତା କାର୍ଯ୍ୟକ୍ରମରେ ୧୩୦୦ରୁ ଅଧିକ ମିସ୍ତ୍ରୀ ଓ ଠିକାଦାର, ଡାଲମିଆ ଭାରତର ଚାନେଲ ସହଭାଗୀ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।