ଭଦ୍ରକ: (ସତ୍ୟବ୍ରତ ନାୟକ)ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ l ରୋଗୀଙ୍କୁ ଭୁଲ ଇଞ୍ଜେକ୍ସନ ପାଇଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଡାକ୍ତର ଓ କର୍ମଚାରୀଙ୍କୁ ଆକ୍ରମଣ । ସୂଚନାଯୋଗ୍ୟ ଯେ ଭଦ୍ରକ ଆରଡ଼ି ଆରଡ଼ି ଛକ ଚେକ ଗେଟ ନିକଟରେ ଏକ ଘରୋଇ କ୍ଲିନିକରେ ଉତ୍ତେଜନା । କରଞ୍ଜଆଡ଼ିଆ ଗାଁର ଜଣେ ଶିଶୁଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ଏହି ଘରୋଇ କ୍ଲିନିକକୁ ଆଣିଥିଲେ । ପରିବାର ଲୋକଙ୍କ କହିବାନୁଯାୟୀ, ସେଠାରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ । କିନ୍ତୁ ପରେ ଗୋଟିଏ ଇଞ୍ଜେକ୍ସନ ଦେବା ପରେ ହଟାତ ଅସୁସ୍ଥ ହୋଇଥିଲେ । କିଛି ସମୟ ମଧ୍ୟରେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଭୁଲ ଇଞ୍ଜେକ୍ସନ ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ ପରେ ଉତ୍ତେଜନା ଦେଖାଦେଇଥିଲା । ପରେ ଡାକ୍ତର ,ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ରାଜ୍ୟ
ଡାକ୍ତର ଭୁଲ୍ ଇଞ୍ଜେକସନ ଦେଇ ମାରିଦେଇଥିବା ଅଭିଯୋଗ ପରେ, ଡାକ୍ତର ଖାନାରେ ଉତେଜନା
- Hits: 394