ଲାଜ ସରମ ବିକି ଖାଇଲା କି ପ୍ରଶାସନ ?
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ମୁଖ୍ୟ ଛକ ଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ । ଗୋଟିଏ ପଟେ ପଦ୍ମପୁର ,ଗୋଟିଏ ପଟେ ନୂଆପଡା , ଗୋଟିଏ ପଟେ ଛତିଶଗଡ଼ ର ସରେଇପାଲି ବସନା କୁ ସଂଯୋଗ କରୁଥିବା ଏହି ଛକ ଅତିକ୍ରମ କରି , ମୁଖ୍ୟ ଛକରୁ ମାତ୍ର ଚାରି କିଲୋମିଟର ଦୂରରେ ବିଶ୍ୱପ୍ରସିଦ୍ଧ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ରହିଛି । ପ୍ରତେକ ଦିନ ହଜାର ହଜାର ଭକ୍ତ ତଥା ପର୍ଯଟକ ପାଇକମାଲ ମୁଖ୍ୟ ଛକ ଅତିକ୍ରମ କରି ଗନ୍ଧମାର୍ଦ୍ଦନ ପର୍ବତ ଓ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଛନ୍ତି । ହେଲେ ଅତ୍ୟନ୍ତ ଦୁର୍ଭାଗ୍ୟର କଥା ପ୍ରଶାସନିକ ଅଧିକାରୀ ମାନଙ୍କର ଅପାରଗତା ଓ ଇଛାଶକ୍ତି ର ଅଭାବ କାରଣରୁ ପାଇକମାଲ ମୁଖ୍ୟ ଛକ ର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି ।
ବିଜୁ ଏକ୍ସପ୍ରେସ ୱେ ରୁ ଝାରବନ୍ଧ ରାସ୍ତା କୁ ସଂଯୋଗ କରୁଥିବା ସ୍ଥାନଟିର ଅବସ୍ଥା ଦେଖିଲେ ସ୍ପଷ୍ଟ ଭାବରେ ବିଭାବୀୟ ଅଧିକାରୀ ତଥା ପ୍ରଶାସନର କାର୍ଯଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସୁନିଶ୍ଚିତ । ପ୍ରତେକ ଦିନ ଅନେକ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି , କିନ୍ତୁ ଦୁଃଖର ଵିଷୟ ଯେ କାହାରିକୁ ଏହି ସ୍ଥାନର ଦୁରାବସ୍ଥା ଦେଖା ଯାଉନାହିଁ ବା ସବୁ ଦେଖି ମଧ୍ୟ ବାବୁ ମାନେ , ଆମର କଣ ଗଲା ନୀତି ଅବଲମ୍ବନ କରିଛନ୍ତି । ବାରମ୍ବାର ଅଭିଯୋଗ ଓ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ସତ୍ୱେ ବିଭାଗ ଓ ପ୍ରଶାସନ ର ନୀରବତା ଓ ଅବହେଳାର କାରଣ ବୁଝା ପଡୁନାହିଁ । ଅନ୍ୟ ପଟେ ପ୍ରତ୍ୟେକ ଦିନ ଏହି ରାସ୍ତା ବ୍ୟବହାର କରୁଥିବା ଲୋକ ତଥା ଅଂଚଳ ବାସୀଙ୍କର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ମୁଖ୍ୟ ଛକ ନିକଟରେ ସାମାନ୍ୟ ମରାମତି ପାଇଁ ବି କଣ ଆନ୍ଦୋଳନ କରିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରୁଛନ୍ତି । ମୁଖ୍ୟ ଛକ ର ଏହି ସ୍ଥାନରେ ତୁରନ୍ତ ମରାମତି କରାଯାଉ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।