ହେଡଲାଇନସ୍:

ବାଳିଡିଆ ଲୋକ ବିକାଶ କେନ୍ଦ୍ରକୁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସହାୟତା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଏଏମ୍/ଏନ୍ଏସ୍ ଇଣ୍ଡିଆର ଲକ୍ଷ୍ୟ

  • ସମାଜର ସଶକ୍ତିକରଣରେ ଏଏମ୍/ଏନ୍ଏସ୍ ଇଣ୍ଡିଆ କାର୍ଯ୍ୟରତ

ଭୁବନେଶ୍ୱର : ଆର୍ସଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ନୂଆଗଡ ପଚାଂୟତ ବାଳିଡିଆ ଗ୍ରାମର ମହିଳାମାନଙ୍କୁ ଟେଲରିଂ ରେ ଦକ୍ଷତା ବୃଦ୍ଧି କରାଇବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ କରିବା ଲକ୍ଷ୍ୟରେ ଲୋକ ବିକାଶ କେନ୍ଦ୍ର ସ୍ୱୟଂ ସହାୟକ ଗୋଷ୍ଠୀକୁ ସମସ୍ତ ସହାୟତା ଯୋଗାଇଦେଇଛି । ନିକଟସ୍ଥ ଗ୍ରାମ ଯଥା ସିଙ୍ଗିତାଲି, ବାଳିଡିଆ, ନୂଆଗଡ ଏବଂ ଛଉମୂହାଣିରୁ ଅନେକ ମହିଳା ଏବଂ ଯୁବତୀମାନେ ଲୋକ ବିକାଶ କେନ୍ଦ୍ରରେ ନାମ ଲେଖାଇଛନ୍ତି । ଏହି କେନ୍ଦ୍ର ବାଳିଡିଆଠାରେ ଆରମ୍ଭ ହେବା ଦିନଠାରୁ ପ୍ରାୟତଃ ୪୦୦ରୁ ଉର୍ଧ୍ଵ ମହିଳା ଏବଂ ଯୁବତୀ ତାଲିମ ଗ୍ରହଣ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।
ପ୍ରଶିକ୍ଷିକା କାଦମ୍ବିନୀ ସେଠୀ ଏହି କେନ୍ଦ୍ର ଆରମ୍ଭ ହେବା ଦିନଠାରୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ସେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ କରିବାରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଏହି ସିଏସ୍ଆର୍ ପଦକ୍ଷେପ ଉପରେ ପ୍ରଶଂସା କରି କହିଛନ୍ତି, ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସ୍ଆର୍ ବିଭାଗ ପ୍ରସ୍ତାବିତ ଅଚଂଳର ମହିଳାମାନଙ୍କ ନିମନ୍ତେ ଟେଲରିଂ ପ୍ରଶିକ୍ଷଣର ସୁଯୋଗ ଦେଇଥିବାରୁ ଆମେ ବହୁତ ଖୁସି ଅନୁଭବ କରୁଛୁ । ଏହା ସେମାନଙ୍କର ଘରମାନଙ୍କରେ ଅତିରିକ୍ତ ଆୟର ମାର୍ଗ ଦର୍ଶାଇବ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସ୍ଆର୍ ମୁଖ୍ୟ ଡ଼ ବିକାଶ ୟାଦବେନ୍ଦୁ କହିଛନ୍ତି, ଲୋକ ବିକାଶ କେନ୍ଦ୍ରରୁ ତାଲିମ ନେବା ପରେ ମହିଳାମାନେ ନିଜ ପରିବାର ରୋଜଗାରରେ ଯଥାର୍ଥ ସହଯୋଗ କରିବାରେ ସକ୍ଷମ ହୋଇପାରବେ । ସ୍ଥାନିୟ ମହିଳା ଏବଂ ଯୁବକମାନଙ୍କ ନିମନ୍ତେ ଆମେ ସିଏସ୍ଆର୍ ବିଭାଗ ଅଧିନରେ ଆଗକୁ ଆହୁରି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିବୁ । ଆମ୍ଭେମାନେ ଆମ ସମାଜର ଲୋକମାନଙ୍କର ଜୀବିକା ନିର୍ବାହ ପ୍ରଣାଳୀରେ ସ୍ଥାୟୀ ପରିବର୍ତନ ଆଣିବା ପାଇଁ ପ୍ରତିଶୃତିବଦ୍ଧ ।

0
0
0
s2sdefault