ହେଡଲାଇନସ୍:

ପରିଣତ ବୟସରେ କରୁଣ କାହାଣୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଏକ କରୁଣ କାହାଣୀ ଦେଖିବାକୁ ମିଳିଛି ତୁମ୍ବା ଅଣ୍ଡେଇସାହି ପଞ୍ଚାୟତ ଅନ୍ତର୍ଗତ ଆଗର ଗ୍ରାମରେ । ଏ କୋଣସି ଚଳଚିତ୍ର କିମ୍ବା ଯାତ୍ରା କାହାଣୀ ନୁହଁ ବାସ୍ତବ ଜୀବନରେ ଘଟୁଥିବା ମଣିଷ ଜୀବନର ସତ କାହାଣୀ । ପରିଣତ ବୟସରେ ଗୋଟିଏ ବୃଦ୍ଧ ଦମ୍ପତି କେଉଁଭଳି ହୀନସ୍ତାରେ ନିଜ ଜୀବନ ଅତିବାହିତ କରୁଛନ୍ତି ତାହାର ନିଛକ ସତ କାହାଣୀ ଏହି ଗ୍ରାମରେ ଦେଖିବାକୁ ମିଳୁଛି । ଆଗର ଗ୍ରାମର 80 ବର୍ଷୀୟ ବୃଦ୍ଧ ଶ୍ୟାମସୁନ୍ଦର ମହାରଣାଙ୍କର ଦୀର୍ଘ 12 ବର୍ଷ ତଳେ ବ୍ରେନଷ୍ଟ୍ରୋକ ହୋଇ ବର୍ତ୍ତମାନ ପାରାଲିସିସରେ ଅଚଳ ଅବସ୍ଥାରେ ଅଛନ୍ତି । ତାଙ୍କର ସନ୍ତାନ ସନ୍ତତି ବୋଇଲେ 4 ଝିଅ କିନ୍ତୁ ପୁଅ ନାହାନ୍ତି । 4 ଝିଅରୁ 3 ଝିଅଙ୍କୁ ଯାଇତାଇ ବିବାହ କରାଇଥିବା ବେଳେ ସବା ସାନ ଝିଅ ପାଖରେ ରହୁଛି । ରୋଜଗାର ବୋଇଲେ କିଛି ନାହିଁ । ସରକାରଙ୍କ ତରଫରୁ ଯେଉଁ ବାର୍ଦ୍ଧକ୍ୟ ଭତ୍ତା ମିଳେ ସେଥିରେ ବେଳାଏ ଖାଇଲେ ବେଳାଏ ଉପବାସ । ଦୁରାରୋଗ୍ୟ ପାରାଲିସର ଚିକିତ୍ସା ନିମନ୍ତେ ପାଖରେ ମଧ୍ୟ ସମ୍ବଳ ନାହିଁ । ସରକାର କିମ୍ବା କୌଣସି ସାମାଜିକ ଅନୁଷ୍ଠାନଠାରୁ ଚିକିତ୍ସା ନିମନ୍ତେ ମଧ୍ୟ ସାହାଯ୍ୟ ମିଳିନାହିଁ । ତେବେ ଶ୍ୟାମସୁନ୍ଦରଙ୍କର ଏତିକିରେ ମଧ୍ୟ ଦୁଃଖ ସରି ନାହିଁ । ପେତୃକ ସମ୍ପତି ବିବାଦୀୟ ଥିବାରୁ ଶ୍ୟାମସୁନ୍ଦରଙ୍କ ଅନ୍ୟ ଦୁଇଭାଇ ଶ୍ୟାମସୁନ୍ଦରଙ୍କୁ ପେତୃକ ସମ୍ପତ୍ତିରୁ ସମ୍ପୂର୍ଣ ରୂପେ ଦୁରେଇ ରଖିଛନ୍ତି । ସରକାରଙ୍କ ତରଫରୁ ଆବାସଘର ଓ ପାଇଖାନାଟିଏ ପାଇଥିଲେ କିନ୍ତୁ ଭାଇମାନେ ତାହା ନିର୍ମାଣ କରେଇଦେଲେ ନାହିଁ । ଯାହାଫଳରେ ଅତି ଦୟନୀୟ ଅବସ୍ଥାରେ ପାଲଜରି ପକା ଚାଳିଆ ଝାଟିମାଟି ଘରେ ଜୀବନ ଅତିବାହିତ କରୁଛନ୍ତି ।

0
0
0
s2sdefault