ହେଡଲାଇନସ୍:

ଇଦ୍ -ଉଲ୍- ଜୁହା ପର୍ବ ପାଳନ ଉପଲକ୍ଷେ ସମନ୍ୱୟ କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭଦ୍ରକ (Satya Bhusan Swami :  ଭଦ୍ରକରେ ଇଦ୍ -ଉଲ୍- ଜୁହା ପର୍ବ ପାଳନ ଉପଲକ୍ଷେ ସମନ୍ୱୟ କମିଟି ବୈଠକ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତହୋଇଥିଲା । ଏଥିରେ ଆରାକ୍ଷୀ ଅଧିକ୍ଷକ ପଣ୍ଡିତ୍ ରାଜେଶ ଉତ୍ତର ରାଓ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୁଦନ ମିଶ୍ର, ଉପଜିଲ୍ଲାପାଳ ସୁଚାରୁ ବଳ, ଚଉଦମହଲା ମୁସ୍ଲିମ୍ ଜମାତର ସଭାପତି ଏମ୍ଡ଼ି ଅବଦୁଲ ବାରୀଙ୍କ ସମେତ ଚଉଦ ମହଲା କମିଟିସଦସ୍ୟ , ସମନ୍ୱୟ କମିଟି ସଦସ୍ୟଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ  ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତମାସ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଇଦ୍ଉଲ ଜୁହା ପର୍ବ ପାଳନ କରାଯିବ । ଏହି ପର୍ବକୁ  ଶାନ୍ତିପୂର୍ଣ୍ଣ ଓ ସଦ୍ଭାବନାର ସହ ପାଳନ କରିପା ପାଇଁ ସମସ୍ତଙ୍କର ସହଯୋଗ ଜିଲ୍ଲାପାଳ ଶ୍ରୀ ଦାସ କାମନା କରିଥିଲେ । ଇଦ୍-ଉଲ-ଜୁହା ପର୍ବ ପୂର୍ବରୁ ସହରରେ ରାସ୍ତାଘାଟ ଅବିଳମ୍ବେ ମରାମତି , ଅନିୟମିତତା ବିଦ୍ୟୁତ  କାଟ ନିୟନ୍ତ୍ରଣ, ସହରରେ ଆଲୋକ ବ୍ୟବସ୍ଥା, ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ  ଓ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସର ବ୍ୟବସ୍ଥା ଜିଲ୍ଳା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ , ପୌରପାଳିକାର ବିଭାଗୀୟ ଅଧିକାରୀଙ୍କ ସହ  ସମନ୍ୱୟ ରଖି କାର୍ଯ୍ୟକରିବାକୁ ସମୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ  ଦେଇଥିଲେ  । ସେହିପରି ପୋଲିସ୍ ବିଭାଗ  ପକ୍ଷରୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ସୁପରିଚାଳନା ନିମନ୍ତେ ପୋଲିସ୍ ଆରକ୍ଷୀ ଅଧିକ୍ଷକ ପଣ୍ଡିତ୍ ରାଜେସ ଉତ୍ତ ରାଓ ବିସ୍ତୃତ ପୋଲିସ୍ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବା ସହ ୧୫ ପ୍ଲାଟୁନ୍ ପୋଲିସ୍ ଫୋସ୍ କାର୍ଯ୍ୟରେ ନିୟୋଜିତ ହେବେ ବୋଲି ପ୍ରକାଶ କରିଥିଲେ । ବୈଠକ ଆରମ୍ଭରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟି ଜନନାୟକ ଭାରତରତ୍ନ  ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।  ଶେଷରେ ଡେ଼ପୁଟୀ କଲେକ୍ଟର ଜୁଡ଼ିସିଆଲ ପଦ୍ମନ ରାୟ ସମସ୍ଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault