ହେଡଲାଇନସ୍:

ବିପର୍ଯ୍ୟୟକୁ ଅଟକାଇ ହେବନି, ହେରେ ସତର୍କ ରହିଲେ  ଧନ ଜୀବନକୁ ସୁରକ୍ଷିତ କରିହେବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଳବାୟୁ ପରିବର୍ତନ ଏବଂ ଗ୍ଲୋବାଲ୍ ୱାର୍ମିଂ ନେଇ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର, ୧୮/୮: ଓଡ଼ିଶାରେ ପାଣିପାଗ କ୍ଷେତ୍ରରେ ଅନେକ ପରିବର୍ତନ ଘଟୁଥିବା ବେଳେ ସମାଜର ଆଗଧାଡ଼ିର ବ୍ୟକ୍ତିବିଶେଷଙ୍କୁ ଜଳବାୟୁ ପରିବର୍ତନ ସମ୍ପର୍କରେ ଅବଗତ ହେବା ସହ ସଚେତନ ହେବାର ମଧ୍ୟ ଆବଶ୍ୟକତା ରହିଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଠାରେ ଆୟୋଜିତ ‘ପାଣିପାଗ, ଜଳବାୟୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ’ ଶୀର୍ଷକ ଦୁଇଦିନିଆ କର୍ମଶାଳାରେ ଏନେଇ ମତ ବ୍ୟକ୍ତ କରିଛନ୍ତି ପାଣିପାଗ ବିଶେଷଜ୍ଞ । 

ଓଡ଼ିଶାରେ ବାରମ୍ବାର ଲଘୁଚାପ, ବନ୍ୟା, ରୌଦ୍ରତାପ, ମରୁଡ଼ି ଏବଂ ବାରମ୍ବାର ବଜ୍ରାଘାତ ହେବା ଫଳରେ ଅନେକ ଜୀବନହାନି ହେବା ସହିତ ସମ୍ପତି ମଧ୍ୟ ନଷ୍ଟ ହେଉଛି ବୋଲି ଆଇଆଇଟି ଭୁବନେଶ୍ୱର ପରିଚାଳିତ ସ୍କୁଲ୍ ଅଫ୍ ଆର୍ଥ, ଓସେନ୍ ଆଣ୍ଡ କ୍ଲାଇମେଟ ସାଇନ୍ସେସ୍ ବିଭାଗର ପ୍ରଫେସର ଏମେରିଟସ ଉମା ଚରଣ ମହାନ୍ତି କର୍ମଶାଳାରେ ସୂଚନା ଦେଇଛନ୍ତି । ପ୍ରାକୃତିକ ବିପର୍ଯ୍ୟୟକୁ ଅଟକାଇବା ସମ୍ଭବ ନୁହେଁ କିନ୍ତୁ ଆଗୁଆ ପଦକ୍ଷେପ ଏବଂ ସଚେତନତା ଦ୍ୱାରା ଅନେକ ଧନ ଜୀବନକୁ ସୁରକ୍ଷିତ କରିହେବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି । 

ଇଣ୍ଡିଆନ୍ ମେଟିଓରୋଲୋଜିକାଲ୍ ସୋସାଇଟି, ଭୁବନେଶ୍ୱର ଚାପ୍ଟର୍ ଏବଂ ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର ମିଳିତ ଭାବେ ଏହି କର୍ମଶାଳାକୁ ଆୟୋଜିତ କରିଥିିବାବେଳେ ରାଜ୍ୟର ବିଭିନ୍ନ ସ୍କୁଲ୍ରେ ବିଜ୍ଞାନ ଓ ଭୂଗୋଳ ପଢ଼ାଉଥିବା ୬୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜଳବାୟୁ ପରିବର୍ତନ ସମ୍ପର୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସଚେତନ କରାଗଲେ ସେମାନେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଏଦିଗରେ ଠିକ୍ ଭାବରେ ଅବଗତ କରାଇପାରିବେ । ତେଣୁ ଏହି କର୍ମଶାଳା ମାଧ୍ୟମରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଏ ଦିଗରେ ଅବଗତ କରାଯାଉଛି ବୋଲି ଆଇଆଇଟି ଦିଲ୍ଲୀର ପ୍ରଫେସର ଏମେରିଟସ ତଥା ଇଣ୍ଡିଆନ୍ ମେଟିଓରୋଲୋଜିକାଲ୍ ସୋସାଇଟିର ସଭାପତି ପ୍ରଫେସର ଏସ୍.କେ.ଦାସ ସୂଚନା ଦେଇଥିଲେ । 

ଏହି ଅବସରରେ ପ୍ରଫେସର ମହାନ୍ତି କହିଥିଲେ ଯେ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ୧୯୯୮ରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକ ମୃତୁ୍ୟବରଣ କରିଥିଲେ । ରାଜ୍ୟ ସରକାର ପ୍ରକୃତିର ଏହି କରାଳ ରୂପକୁ ସାମ୍ନା କରିବାକୁ ପ୍ରସ୍ତୁତ ନ ଥିବାରୁ ଏଭଳି ମୃତୁ୍ୟ ସଂଖ୍ୟା ବଢ଼ିଥିଲା । ତେବେ ପରବର୍ତୀ ସମୟରେ ଯେତେବେଳେ ଫାଇଲିନ୍ ନାମ ଘୁର୍ଣ୍ଣିବାତ୍ୟା ଓଡ଼ିଶା ଉପକୂଳକୁ ଆଘାତ କରିଥିଲା । ସେତେବେଳେ ସରକାର ଅଧିକ ସଜାଗ ଥିଲେ । ତେଣୁ ସଫଳତାର ସହିତ ଏହାର ସାମ୍ନା କରିପାରିଥିଲେ ବୋଲି ସେ କହିଥିଲେ । 

ଯଦିଓ ଫାଇଲିନ୍ ବାତ୍ୟା ଘଂଟା ପ୍ରତି ୨୨୦ କିମି ବେଗରେ ରାଜ୍ୟରେ ପ୍ରବେଶ କରିଥିଲା ମାତ୍ର ୨୦ ଜଣା ଲୋକ ମୃତ୍ୟୁ ବରଣ କରିଥିଲେ । କାରଣ ଆଗୁଆ ସୂଚନା ଯୋଗୁଁ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ରାଜ୍ୟ ସରକାର ସଫଳ ହୋଇପାରିଥିଲେ । ଫାଇଲିନ୍ ସମୟରେ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ଅତି କମ୍ ସମୟ ମଧ୍ୟରେ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯିବା ଦ୍ୱାରା ଜାତିସଂଘ ମଧ୍ୟ ରାଜ୍ୟ ସରକାରକୁ ପ୍ରଶଂସା କରିଥିଲା ବୋଲି ଶ୍ରୀ ମହାନ୍ତି କହିଥିଲେ । 

ଗ୍ଲୋବାଲ୍ ୱାର୍ମିଂ ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ ମନୁଷ୍ୟର ଆଧିୁନିକ ଜୀବନଶୈଳୀ ଓ ବ୍ୟାପକ ବିକାଶମୂଳକ କାର୍ଯ୍ୟ ଏହାର କାରଣ । ପୃଥିବୀ ପୃଷ୍ଠର ଉତାପ ୧ ଡିଗ୍ରୀ ସେଲ୍ସିଅସ୍ ରୁ ଅଧିକ ବୃଦ୍ଧି ପାଇବା ଫଳରେ ସମସ୍ୟା ଦେଖାଦେଇଛି । 

ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ପ୍ରଫେସର ଡି.ଆର୍ ପଟ୍ଟନାୟକ ମଧ୍ୟ ରୌଦ୍ରତାପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।  ମାତ୍ର କିଛି ମାସ ପୂର୍ବରୁ ଆରମ୍ଭ ହୋଇଥିବା ସୋଆର ପାଣିପାଗ ଓ ଜଳବାୟୁ କେନ୍ଦ୍ର ସମ୍ପର୍କରେ ସୂଚନା ଦେଇ ରିସର୍ଚ୍ଚ ଏବଂ ଡେଭ୍ଲପ୍ମେଂଟ ଡିନ୍ ପ୍ରଫେସର ପି.କେ. ନନ୍ଦ କହିଥିଲେ ଏହି କେନ୍ଦ୍ର ପାଣିପାଗ ସମ୍ପର୍କରେ ପ୍ରକୃତ ତଥ୍ୟ ରାଜ୍ୟସରକାରଙ୍କୁ ପ୍ରଦାନ କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଅଧିକ ତଥ୍ୟ ଦେବା ପାଇଁ ସିଇସି ଅଧିକ କାର୍ଯ୍ୟ କରିବ ବୋଲି ପ୍ରଫେସର ନନ୍ଦ କହିଥିଲେ । 

ଏହି କର୍ମଶାଳାରେ ସିଇସିର ନିର୍ଦ୍ଦେଶକ  ଡ. ଶରତ ଚନ୍ଦ୍ର ସାହୁ, ଓସ୍ଡମାର ଚିଫ୍ ଜେନେରାଲ୍ ମ୍ୟାନେଜର ଶ୍ରୀ ଶୁଭେନ୍ଦ୍ର ନାୟକ ଏବଂ ଆଇଟିଇଆର୍ର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଏମ୍.ଆର୍ ଦାସ ମଧ୍ୟ ଉପସ୍ଥିତ ଥିଲେ । 

 

 

0
0
0
s2sdefault