ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ (NI-KSHAY 2.0) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍ଦ୍ଘାବଟିତ ହୋଇଯାଇଛି । ଭିଡ଼ିଓ କନ୍ଫଫରେନ୍ସିଙ୍ଗ ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ଅଂଶଗ୍ରହଣ କରିଥିଲେ।
୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ ଭାରତ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏହି ଅଭିଯାନରେ ନି-କ୍ଷୟ ମିତ୍ର ଭାବରେ ସହଯୋଗ କରିବା ପାଇଁ ବ୍ୟବସ୍ଥା ରହିଛି । ବ୍ୟକ୍ତି , ଅନୁଷ୍ଠାନ, ସମବାୟ ସଂସ୍ଥା, କର୍ପୋାରେଟ୍ , ନିର୍ବାଚିତ ଲୋକ ପ୍ରତିନିଧି , ବ୍ୟବସାୟ ପ୍ରତିଷ୍ଠାନ ,ବେସରକାରୀ ଅନୁଷ୍ଠାନ, ରାଜନୈତିକ ଦଳ ଆଦି ନି-କ୍ଷୟ ମିତ୍ରଭାବରେ ଯକ୍ଷ୍ମା ରୋଗୀମାନଙ୍କୁ ଅତିରିକ୍ତ ଖାଦ୍ୟ ଓ ପୋଷଣ ସହାୟତା ଏବଂ ଥଇଥାନଆଦି ଅନ୍ୟାନ୍ୟ ସହାୟତା ଯୋଗାଇ, ଓଡ଼ିଶାରୁ ଯକ୍ଷ୍ମାରୋଗର ମୂଳୋତ୍ପାଟନ ନିମନ୍ତେ ସହଯୋଗ କରିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି ।
ରାଜ୍ୟ
‘ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନରେ ସାମିଲ ହେବାକୁ ରାଜ୍ୟପାଳଙ୍କ ନିବେଦନ
- Hits: 349