ହେଡଲାଇନସ୍:

ରାଜ୍ୟ କମିଟିରେ ନୂଆ  ୩ ଉପ-ସଭାପତି, ଜଣେ ସାଧାରଣ ସଂପାଦକ, ୭ ସଂପାଦକ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବିଜୁ ମହିଳା ଜନତା ଦଳର ନୂଆ କର୍ମକର୍ତ୍ତା

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ସୁପାରିସ କ୍ରମେ ବିଜୁ ମହିଳା ଜନତା ଦଳକୁ ସଂପ୍ରସାରଣ କରି ରାଜ୍ୟ ପରିଚାଳନା କମିଟିରେ ଅତିରିକ୍ତ ୩ଜଣ ଉପ-ସଭାପତି, ଜଣେ ସାଧାରଣ ସଂପାଦକ, ୭ଜଣ ସଂପାଦକଙ୍କୁ ସଦସ୍ୟ ଭାବେ ମନୋନୀତ କରିଥିବା ବେଳେ ନୂତନ ଭାବେ ମୟୂରଭଞ୍ଜ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତି, ଢେଙ୍କାନାଳ ଜିଲ୍ଲା ସଭାପତି ଏବଂ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ମନୋନୀତ କରିଛନ୍ତି ।

ରାଜ୍ୟ କମିଟିରେ ଉପ-ସଭାପତି ଭାବେ ଶ୍ରୀମତୀ ଭାରତୀ ଦାସ, ରେଣୁବାଳା ପ୍ରଧାନ ଓ ସାଗରିକା ମିଶ୍ର, ସାଧାରଣ ସଂପାଦକ ଭାବେ ଜ୍ୟୋତିର୍ମୟୀ କବାଟ, ସଂପାଦକ ଭାବେ ଶ୍ରାବଣୀ ଦାସ, ସୀମା ଦାସ, ତନୁଜା ମହାନ୍ତ, ମିନତୀ ଦେବତା, ଉଷା ପ୍ରଧାନ, ମାନସୀ ମହାକୁଡ଼, ଶ୍ରୀମତୀ ସ୍ମୃତିସୁଧା ଆଚାର୍ଯ୍ୟଙ୍କୁ ମନୋନୀତ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା-୧ ପାଇଁ ସଭାପତି ଭାବେ ବୀଣାପାଣି ସାହୁ ଓ କାର୍ଯ୍ୟକାରୀ ସଭାପତି ଭାବେ ସବିତା ବେହେରା, ମୟୂରଭଞ୍ଜ ଜିଲ୍ଲା-୨ ପାଇଁ ସଭାପତି ଭାବେ ମମତା ମହାନ୍ତ ଓ କାର୍ଯ୍ୟକାରୀ ସଭାପତି ଭାବେ ଭାରତୀ ହେମ୍ବ୍ରମ୍‍, ଢେଙ୍କାନାଳ ଜିଲ୍ଲା ସଭାପତି ଶ୍ରୀମତୀ ସାଇଶ୍ରୀ ପଟ୍ଟନାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଆରତୀ ଚୌଧୁରୀଙ୍କୁ ମନୋନୀତ କରିଛନ୍ତି ।

 

0
0
0
s2sdefault