ହେଡଲାଇନସ୍:

ବୈାଦ୍ଧ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ(ସିମୁନ୍ ନାଏକ) : ବୈାଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ୟାରେଡ ପଡିଆ ଠାରେ ୭୨ତମ ସ୍ୱାଧୀନତା ଦିବସ ମାହା ସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଅନୁସୂଜିତ ଜାତି,ଜନଜାତିଉନ୍ନୟନ, ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ପ୍ୟାରେଡରେ ଓଡିଶା ପୋଲିସ, ୫ମ ବାଟାଲିୟନ, ଗୃହରକ୍ଷୀ ବାହିନୀ ଯୋଗଦେଇଥିଲେ । ପ୍ୟାରେଡକୁ ପୋଲିସ ରିଜର୍ଭ ଇନିସପେକ୍ଟର ରାଜୀବ ଲୋଚନ ସେଠ ପରିଚାଳନା କରିଥିବା ବେଳେ ସର୍ଜେଣ୍ଟ ବିଶ୍ୱଜୀତ ତାରେଣୀ ପରିଚାଳନାରେ ସହଯୋଗ କରିଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସ୍ଥାନିୟ ରକ୍ତଭଣ୍ଡାରରେ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଏଥିସହ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ,ଉପକାରାଗାରର ଅନ୍ତୋବାସୀ ଓ କୁଷ୍ଠାଶ୍ରମ  ଅନ୍ତୋବାସୀଙ୍କୁ ଫଲ ବଣ୍ଟନ କରାଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶୀତାଂଶୁ କୁମାର ରାଉତ,ଏସପି ସୁଧାଂଶୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତରଣୀସେନ ନାୟକ, ଏନଏସି ଅଧ୍ୟକ୍ଷା ଦିପ୍ତୀପ୍ରଭା ସ୍ୱାଇଁ, ପିଡି ଡିଆରଡିଏ ରାଜେନ୍ଦ୍ର ପଟ୍ଟନାୟକ, ଉପଜିଲ୍ଲାପାଳ ଏନସିଜ୍ୟୋତି ରଂଜନ ନାୟକ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶିଶିର କୁମାର ସାହୁ ପ୍ରମୁଖ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପ୍ରାତଃରେ ରାମଧୂନ ଗାନ କରାଯାଇଥିଲା । ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ସହରର ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ  ଗୁଡିକରେ ମଧ୍ୟ ସ୍ୱାଧିନତା ଦିବସ ପାଳିତ ହୋଇଥିଲା । ରାଧାନଗର ପଞ୍ଚାୟତରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ଅପରାଜିତା ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶମ୍ଭୁନାଥ ମହାନ୍ଦିଆ ଯୋଗଦେଇଥିଲେ ।

 

 

0
0
0
s2sdefault