ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ରେ ଥିବା ସିପି ଛକ ଠାରୁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଅଫିସ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରାଲିରେ ଦଳିତ ବିକାଶ ପରିଷଦର ସଭପତି ଶ୍ରୀଯୁକ୍ତ ଶଙ୍କର ଦାସ ନେତୃତ୍ଵ ନେଇଥିଲେ ସ୍ୱାଧୀନତାର ୭୫ବର୍ଷ ଅବସରରେ ଆଜାଦି ର ଅମୃତ ମହୋତ୍ସବ ପାଳନ କରୁଥିବା ପ୍ରଶାସନ ଅବହେଳାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନ ଜାତିର ଲୋକମାନଙ୍କୁ ଅର୍ଥନୈତିକ ଓ ସାମାଜିକ ନାୟ ପ୍ରଦାନ କରାଯାଇ ପାରିନାହିଁ l ଓଡିଶ ଗ୍ରାମ ପଂଚାୟତ ଅଧିନସ୍ତ ୧୧ ନମ୍ବର ୱାର୍ଡ ର ମାଟିଆ ସମ୍ପ୍ରଦାୟ ଲୋକ ବାସ କରନ୍ତି l ସେହି ସାହିର କାଳନ୍ଦୀ ଚରଣ ପ୍ରଧାନ ତାଙ୍କ ସମସ୍ତ ଜମି ରେକଡ଼ ଜମି ପାସ ବହିରେ ଜାତି ମାଟିଆ ଉଲ୍ଲେଖ ଥିବାବେଳେ ନିଜେ ଜାତିଗତ ପ୍ରମାଣ ପାତ୍ର ପାଇ ଏକ ସରକାର ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି l ତାଙ୍କ ପୁତ୍ର ଶ୍ରୀ ଅଲ୍ଲେଖ ପ୍ରଧାନ ଓ ମାଟିଆ ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନେ ଜାତିଗତ ପ୍ରମାଣ ପତ୍ର ନ ମିଳିବାରୁ ସମସ୍ତେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି l ସେହିପରି ଜଗତସିଂହପୁର ପୋୖରାଞ୍ଚଳ ଅଧୀନସ୍ତ ମାର୍କଣ୍ଡ ପୁର ୱାର୍ଡ ନମ୍ବର ୨, ଚର୍ଚ୍ଚିକା ୱାର୍ଡ ନମ୍ବର ୧୯, ୧୦ ନମ୍ବର ୱାର୍ଡ ର ୨୦୦ ରୁ ଉର୍ଦ୍ଧ ଭୂମି ହୀନ ଅନୁସୂଚିତ ଜନ ଜାତି ଭୂମି ଅଧିଗ୍ରହଣ ପ୍ରମାଣ ପତ୍ର ନ ପାଇ ପୋୖରାଞ୍ଚଳ ର ବିଭିନ୍ନ ନାଳ ବନ୍ଧ, ରାସ୍ତା କଡରେ ଝାଟିମାଟି ଘରେ ଜୀବନ ଯାପନ କରୁଛନ୍ତି l ରାଲିର ମୁଖ୍ୟ ଉଦେଶ୍ୟ ଓ ଦାବୀ ଅବହେଳାରେ ଦଳିତ ଅନୁସୂଚିତ ଜାତି ଓ ଜନ ଜାତିଙ୍କୁ ଜାତିଗତ ପ୍ରମାଣ ପତ୍ର, ବସୁନ୍ଧରା ଯୋଜନାରେ ଘରଡିଅ ଏଂବ ଆନ୍ତଃବିଭାହ ପ୍ରୋତ୍ସାହନ ରାଶି ଓ ଜାତି ନିର୍ଯାତନା କ୍ଷେତି ପୂରଣ ରାଶି ତୁରନ୍ତ ପ୍ରଦାନ କରାଯାଉ l
ରାଜ୍ୟ
ମାଟିଆ ସମ୍ପ୍ରଦାୟ ଅନୁସୂଚିତ ଜାତି ଓ ଜନ ଜାତି ର ନ୍ୟାୟ ପାଇଁ ରାଲି
- Hits: 330