ମୁଖ୍ୟମନ୍ତ୍ରୀ ମିଛ କୁହନ୍ତୁ ନାହିଁ କି ତାଙ୍କ ଅଫିସରମାନଙ୍କୁ ମଧ୍ୟ ମିଛ କହିବା ପାଇଁ ବାରଣ କରନ୍ତୁ
ସାର ଅଭାବୀ ଖବରକୁ ବିଶ୍ୱାସ ନକରନ୍ତୁ । ନିର୍ଦ୍ଧାରିତ ଦରଠାରୁ ଅଧିକ ଦାମ ଦିଅନ୍ତୁ ନାହିଁ
ଭୁବନେଶ୍ୱର: ରାଜ୍ୟ ସରକାର ଯେତେ ପରିମାଣରେ କେନ୍ଦ୍ର ସରକାରଙ୍କୁ ସାର ମାଗିଛନ୍ତି ସେହି ପରିମାଣର ସାର କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଚଳିତ ଅଗଷ୍ଟ ୨୫, ୨୦୨୨ମସିହା ସୁଦ୍ଧା ରାଜ୍ୟ ସରକାର ୟୁରିଆ ସାର ୦.୦୮ଏଲଏମଟି ମାଗିଥିଲେ ଓ କେନ୍ଦ୍ର ସରକାର ୨.୦୪ଏଲଏମଟି ସାର ଯୋଗାଇ ଦେଇଛନ୍ତି । ସେହିପରି ଡିଏପିରେ ୦.୩୦ଏଲଏମଟି ମାଗିଥିଲେ ୦.୫୨ଏଲଇଟି, ଏମୋପି ୦.୨୫ଏଲଏମଟି ମାଗିଥିଲେ ୦.୪୫ଏଲଏମ୍ଟି, ଏନପିକେଏସ ୦.୪୦ମାଗିଥିଲେ କିନ୍ତୁ ୧.୩୭କୁ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି ବୋଲି ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭଗୱନ୍ତ ଖୁବା କହିଛନ୍ତି ।
କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର କୃଷକମାନଙ୍କୁ ଯେତିକି ସାର ଆବଶ୍ୟକ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ମିଛ କୁହନ୍ତୁ ନାହିଁ କି ତାଙ୍କ ଅଫିସରମାନଙ୍କୁ ମଧ୍ୟ ମିଛ କହିବା ପାଇଁ ବାରଣ କରନ୍ତୁ । କେନ୍ଦ୍ର ସରକାର ସାର ଓ ରସାୟନ ବିଭାଗର ୱେବସାଇଟରେ ରାଜ୍ୟମାନଙ୍କୁ ଦିଆଯାଉଥିବା ସାରର ସବୁ ଡାଟା ପ୍ରତ୍ୟେକ ଦିନ ଅପଡେଟ ହୋଇଥାଏ । କେନ୍ଦ୍ର ରାଷ୍ଟ୍ର ସାର ଓ ରସାୟନ ବିଭାଗ ମନ୍ତ୍ରୀ ଭଗବତ ଖୁବା ରାଜ୍ୟର କୃଷକମାନଙ୍କୁ ଅପିଲ କରିଛନ୍ତି ଯେ, ସାର ଅଭାବୀ ଖବରକୁ ବିଶ୍ୱାସ ନକରନ୍ତୁ । ନିର୍ଦ୍ଧାରିତ ଦରଠାରୁ ଅଧିକ ଦାମ ଦିଅନ୍ତୁ ନାହିଁ ।