ପଦ୍ମପୁର-ପଦ୍ମପୁର ସହରର ହସପିଟାଲ ରାସ୍ତା ଏମ ଆଇ ଅଫିସ ସମ୍ମୁଖରେ ରାସ୍ତାରେ ଗାତ ହୋଇ ବର୍ଷା ପାଣି ଜମା ହେଉଥିଲା । ଫଳରେ ଯିବା ଆସିବା ସମୟରେ ଲୋକମାନେ ବହୁ ହଇରାଣ ହେଉଥିଲେ । ଲୋକମାନେ ଦୁର୍ଘଟଣା ମଧ୍ୟ ହୋଇଥିବା ଦେଖିବାକୁ ମିଲିଥିଲା । ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ସଜାଗ ହୋଇ ପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିଥିଲା । କାମ ଚାଲିଥିବା ସମୟରେ କିଛି ଲୋକ ଏହି କାମକୁ ବାରଣ କରିବା ସହ କାମ ବନ୍ଦ କରିବା ପାଇଁ ବାଧ୍ୟ କରିଥିବା ଜଣା ପଡିଛି । କାମ କାହିଁକି ବନ୍ଦ ହେଲା ସେ ବିଷୟରେ ପିଡବ୍ଲୁଡି ବିଭାଗ କୁ ପଚରାଯିବାରୁ ସେ କହିଲେ କି ଏହି କାମକୁ ସ୍ଥାନୀୟ କିଛି ଯୁବକ ଆସି ବନ୍ଦ କରିବା ପାଇଁ ବାଧ୍ୟ କରିଛନ୍ତି ତେଣୁ କାମ ବନ୍ଦ ରହିଛି । ତେବେ ଲୋକଙ୍କ ହିତପାଇଁ ହେଉଥିବା କାମକୁ କାହିଁକି ବାରଣ କରାଗଲା ଏବେ ତାହା ପ୍ରଶ୍ନବାଚୀ । ଯେଉଁ କାମ ହେବା ଦ୍ବାରା ଲୋକମାନେ ଠିକ ଭାବରେ ଯାତାୟତ କରିପାରିବେ ସେ କାମକୁ କାହିଁକି ବନ୍ଦ କରାଗଲା ତାହା ଚର୍ଚ୍ଚାର ବିଷୟରେ । ଏହି କାମ ଶୀଘ୍ର କରାଗଲେ ଲୋକମାନେ ଠିକ ଭାବରେ ଯାତାୟତ କରିପାରିବେ ।
ରାଜ୍ୟ
ଲୋକଙ୍କ ହିତପାଇଁ ହେଉଥିବା କାମକୁ ବନ୍ଦ କରୁଛି କିଏ
- Hits: 590