କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଝାଡାବାନ୍ତି ମୃତ୍ୟୁ ସଂଖ୍ୟା ପ୍ରଶାସନ ଲୁଚଉଥିବା ଅଭିଯୋଗ |ସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା ସହିତ ବେସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟାର ତାଳ ମେଳ ରହୁନାହିଁ |କାଶୀପୁର ବ୍ଲକରେ ପ୍ରାୟ ଦୁଇମାସ ଧରି ହଇଜା କଲବଲ କରୁଥିବା ବେଳେ ଦଶ ଦିନ ଧରି କାଶୀପୁର ବ୍ଲକ ଅନ୍ତର୍ଗତ ଆଡାଜର ପଞ୍ଚାୟତ ର ପରଲାଜର, ଛଟିଗୁଡା ଆଉ ଅଡ଼ିଗୁନା ଗ୍ରାମରେ ଅସ୍ତ୍ୟ ବ୍ୟସ୍ତ୍ୟ କରିଦେଲାଣି ହଇଜା |କାଶୀପୁର ବ୍ଲକରେ ବର୍ତମାନ ସୁଦ୍ଧା 21ଜଣଙ୍କ ଝାଡାବାନ୍ତି ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିବା ବେଳେ ସରକାରୀ ଭାବରେ ମାତ୍ର ଦଶ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଜଣା ପଡିଛି |ସେହିପରି ଅଡାଜୋର ପଞ୍ଚାୟତ ରେ ଗତ ଦଶ ଦିନରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଙ୍କ ସହ ପଞ୍ଚାୟତ ସମିତି ସଭ୍ୟ ବୃନ୍ଦାବନ ମାଝୀ କହୁଥିବାବେଳେ ପ୍ରଶାସନ କହୁଛି କାହାରି ଝାଡା ବାନ୍ତିରେ ମୃତ୍ୟୁ ହୋଇନାହିଁ |ଗତ ଦଶ ଦିନ ଭିତରେ ଆଡାଯୋର ପଞ୍ଚାୟତ ଅନ୍ତର୍ଗତ ପରଲାଜର ଗ୍ରାମରେ ମଣି ମାଝୀ, ନମିତା ମାଝୀ, ଚନ୍ଦ୍ର ଗୌଡ଼ ଙ୍କ ଦୁଇମାସର ପୁଅ ଙ୍କ ମୃତ୍ୟୁ ହୋଇଥିଲା | ସେହିପରି ଉକ୍ତ ପଞ୍ଚାୟତ ର ଛଟିଗୁଡା ଗ୍ରାମର ଲାଖି ମାଝୀ, ଘାସୀ ମାଝୀ ଓ କାଡ଼ୁ ମାଝୀ ଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି |ଉକ୍ତ ଗ୍ରାମ ମାନଙ୍କରେ ସାଧାରଣତଃ ବିଶୁଦ୍ଧ ପାନୀୟ ଜଳ ମାନେ ନଦୀ, ନାଳ ପାଣି ହିଁ ସାହା ଭରସା ଯାହାଦ୍ୱାରା ହଇଜା ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ସରକାର ଗତ ଚାରିଦିନ ଧରି ଟେଂକେର ଯୋଗେ ପାଣି ଦେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ,ଗ୍ରାମବାସୀଙ୍କ ତୃଷା ମେଣ୍ଟାଈବା ସମ୍ଭବ ହେଉନାହିଁ |ସ୍ୱାସ୍ଥ୍ୟ ବିଭାଗ ସବୁଦିନ ଉକ୍ତ ଗ୍ରାମ ଗୁଡିକୁ ଯାଇ ଅନୁଧ୍ୟାନ କରୁଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସି ପାରୁନାହିଁ |ବର୍ତମାନ ଲୋକେ ଆତଙ୍କିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି |ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଗଲାଣି |କିଛି ଝାଡାବାନ୍ତି ରୋଗୀ ଗୁରୁତ୍ତର ହୋଇ କାଶୀପୁର ଡାକ୍ତର ଖାନାରେ ଚିକିତ୍ସା ହେଉଥିବା ବେଳେ ଆଉ କିଛି ଭଲ ହୋଇ ଗାଁ କୁ ଫେରିଛନ୍ତି |
ଦିନକୁ ଦିନ ଅଡାଜୋର ପଞ୍ଚାୟତ ରେ ଝାଡା ବାନ୍ତି ସ୍ଥିତି ସଙ୍ଗୀନ ହେଉଥିବାବେଳେ ଥମିବାର ନାମନେଉନି |ତେବେ ଦେଖିବାର ଅଛି ପ୍ରଶାସନ ତରଫରୁ ଝାଡା ବାନ୍ତି ରୋକିବାରେ କେଉଁ ପଦକ୍ଷେପ ଦ୍ୱାରା ମୁଣ୍ଡ ଗଡ଼ିବା ବନ୍ଦ ହେବ ତାହା ଦେଖିବାର ଅଛି |ଉକ୍ତ ପଞ୍ଚାୟତରେ ଝାଡା ବାନ୍ତି ନିୟନ୍ତ୍ରଣ ପାଇଁ ପ୍ରଶାସନ ଙ୍କୁ ଉକ୍ତ ଗ୍ରାମର ବିଜୟ ମାଝୀ, ଶତ୍ରୁଘନ ଗୌଡ଼, ସିଲାଦ ନାଏକ, ଦୟାଧର ଗୌଡ଼ ଅନୁରୋଧ କରିଛନ୍ତି |
ରାଜ୍ୟ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡା ବାନ୍ତି ମୃତ୍ୟୁ ସଂଖ୍ୟା ସରକାରୀ ଆଉ ବେସରକାରୀ ହିସାବରେ ତାଳ ମେଳ ନାହିଁ
- Hits: 790