ଓଡ଼ଗାଁ,୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ୍ ଭାଡିକିଳା ପଞ୍ଚାୟତ ପାଖ ପୋଖରୀର ଗାଡଓ୍ବାଲ ନିର୍ମାଣ ପାଇଁ ଗ୍ରାମବାସୀମାନେ ବାରମ୍ଭାର ଦାବିକରି ଆସୁଥିବା ବେଳେ କେବଳ ମେଟାଲ କଂକ୍ରିଟରେ ନିର୍ମାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଉକ୍ତ ସ୍ଥାନରେ ଗାର୍ଡ଼ଓ୍ୟାଲ ନଥିବାରୁ ପୋଖରୀ ମଧ୍ୟକୁ ବାହାର ପାଣି ପଶି ଦୂଷିତ ହେବା ସହିତ ହୁଡାରୁ ମାଟି ଧୋଇହୋଇ ପୋଖରୀ ପୋତି ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି ପଞ୍ଚାୟତ ପକ୍ଷରୁ ଗାର୍ଡ଼ୱାଲ ନିର୍ମାଣ କରାଯାଉଛି । ଏବଂ ସରପଞ୍ଚଙ୍କ ଦ୍ବାରା କରାଯାଉଥିବା ଏହି କାର୍ଯ୍ୟରେ ମନଇଛା ଦୁର୍ନୀତି ଚାଲିଥିବା ଦେଖିବାକୁ ମିଳିଛି ।କେବଳ ବାଲି, ମେଟାଲରେ କାମ କରାଯାଉଥିଲା ବେଳେ ସରକାରୀ ଦଳର ସରପଞ୍ଚ ହୋଇଥିବାରୁ ଯନ୍ତ୍ରୀ ମଧ୍ୟ ଏଠାକୁ କାମ ଦେବାକୁ ଆସିଥାନ୍ତି । ସେଠାକୁ ଯାଇନଥାନ୍ତି । ସମସ୍ତ ଅନିୟମିତତାକୁ ଆଖିବୁଜି ଦିଆଯାଇଛି ଯେମିତି । ଘଟଣା ପ୍ରଘଟ ହେବାପରେ ଏଥିରେ କିଛି ସିମେଣ୍ଟ ମିଶାଇ କାମ କରାଯାଇଥିଲା । ଲୋକଙ୍କ ବିକାଶ ପାଇଁ ସରକାରଙ୍କ ଦ୍ଵାରା ପର୍ଯ୍ୟାପ୍ତ ଅର୍ଥ ବ୍ୟୟରେ ଉନ୍ନୟନ କାର୍ଯ୍ୟ କରାଉଥିବା ବେଳେ ବାଟମାରଣା ଫଳରେ କାର୍ଯ୍ୟ ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି । ବିରୋଧ କଲେ କିମ୍ବା ଅଭିଯୋଗ କଲେ ଆକ୍ରୋଶର ଶିକାର ହେବାକୁ ପଡୁଛି । କେବଳ ଭାଡ଼ିକିଳା ପଞ୍ଚାୟତରେ ନୁହେଁ, ପ୍ରତି ପଞ୍ଚାୟତରେ ଏଭଳି ଘଟଣାମାନ ଦେଖିବାକୁ ମିଳୁଛି । ଘଟଣାର ତଦନ୍ତ କରି ସରପଞ୍ଚ ଏବଂ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।
ରାଜ୍ୟ
କେବଳ ମେଣ୍ଟାଲ କଂକ୍ରିଟରେ ଚାଲିଛି ଗାର୍ଡ ୱାଲ ନିର୍ମାଣ
- Hits: 410