ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ ( ନୃସିଂହନାଥ ମଠ) ରେ ସପ୍ତାହ ବ୍ୟାପି ଚାଲିଥିବା ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଯାଇଛି।
ଏହି ଶ୍ରୀମଦ୍ ଭାଗବତ ପାରାୟଣ ଦୀର୍ଘ ୧୧ ମାସ ଧରି ଶ୍ରୀ ମହନ୍ତ ମୋଦନ ଗୋପାଳ ମହାରାଜାଙ୍କର କୃପାପାତ୍ର ମଧୁସୂଦନ ଦାସ ବାବାଙ୍କ ପିତା ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ତତ୍ୱାବୋଧାନରେ ଉକ୍ତ ମଠରେ ଦ୍ବାଦଶତମ ଶ୍ରୀମଦ୍ ଭାଗବତ ମହାପୁରାଣର ପାରାୟଣ ପ୍ରବଚନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଭାଦ୍ରବ ମାସ କୃଷ୍ଣ ପକ୍ଷ ତୃତୀୟା ଠାରୁ ଦଶମୀ ଯାଏ ଚାଲୁରହିଥିଲା। ଅନେକ ଭକ୍ତ ସାମୁହିକ ଭାବେ ଶ୍ରୀମଦ୍ ଭାଗବତ ପାଠ କ୍ରମରେ ଯୋଗଦାନ ଦେଇଥିଲେ।
ଶ୍ରୀମଦ ଭାଗବତ ଅନ୍ତର୍ଗତ ବ୍ୟାସ ବରଣ , ଶୁକାଚାର୍ଯ୍ୟଙ୍କର ବରଣ , ଶ୍ରୀ ନୃସିଂହ ଜନ୍ମ , ଶ୍ରୀକୃଷ୍ଣ ଜନ୍ମ , ନନ୍ଦୋତ୍ସବ , ଗୋବର୍ଦ୍ଧନ ପୂଜା , ରୁକ୍ମୁଣୀ ବିବାହ , ବ୍ୟାସ ପୂଜା , ଶୁକଦେବଙ୍କର ପୂଜନ , ଭାଗବତ ମହୋତ୍ସବ ଆଦି ଶ୍ରୀକ୍ଷେତ୍ର ଧାମ ପୁରୀର ମହନ୍ତ ଶ୍ରୀ ଛନ୍ଦା ଚରଣ ଦାସ ମହାରାଜଜୀ ଅତି ପ୍ରାଞ୍ଜଳ ଭାବରେ ଭାଗବତ କଥାର ଅମୃତ ଧାରାର କଥାକୁ ବର୍ଷା କରି ସମସ୍ତ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦଙ୍କୁ ଆପ୍ୟାୟିତ କରି ଭକ୍ତିରସର ମନ୍ଦାକିନୀ ଧାରାକୁ ପ୍ରଭାହିତ କରିଛନ୍ତି। ଗୋବର୍ଦ୍ଧନ ପୂଜାରେ ୫୬ ଭୋଗର ଆୟୋଜନନ କରାଯାଇଥିଲା।
ଉକ୍ତ ସପ୍ତାହ ପାରାୟଣ ଯଜ୍ଞରେ ମହନ୍ତ ଶ୍ରୀ ସନାତନ ଦାସ ମହାରାଜ ( ବୃନ୍ଦାବନ) ବାବା ଗୌର ଗୋବିନ୍ଦ ଦାସ , ସନ୍ଥ ଶ୍ରୀ ଗୁରୁପଦ ଦାସ ( ଶ୍ରୀକ୍ଷେତ୍ର ପୁରୀ ) ବାବା ବୃନ୍ଦାବନ ଦାସ , ଗଜପତି ଜିଲ୍ଲା ମଣ୍ଡଳର ସମସ୍ତ ସାଧୁସନ୍ଥ ଏହି ଉତ୍ସବରେ ଯୋଗଦାନ କରିଥିଲେ।
ଏହି ପାରାୟଣ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ସଂକୀର୍ତ୍ତନ ମଣ୍ଡଳୀର ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ , ବୀର କିଶୋର ପଟ୍ଟନାୟକ , ଜସମିନ ଗମାଙ୍ଗ , ରବି ନାରାୟଣ ଚୌଧୁରୀ ପ୍ରମୁଖଙ୍କ ଦ୍ବାରା ଭଜନ ସଂକୀର୍ତ୍ତନ , ହରିନାମ ଆଦି ପରିବେଷଣ କରିଥିଲେ।
ପ୍ରତ୍ୟେକ ଦିନ ପ୍ରବଚନ ଶେଷରେ ଭକ୍ତ ବୃନ୍ଦ ମାନଙ୍କୁ ଫଳ , ମିଷ୍ଟାନ୍ନ ଅନ୍ନ , ପ୍ରସାଦ ଆଦି ବଣ୍ଟନ କରାଯାଉଥିଲା।
ରାଜ୍ୟ
ନୃସିଂହନାଥ ମଠରେ ଭାଗବତ ପାରାୟଣ ଉଦଯାପିତ
- Hits: 363








