ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ସହଯୋଗୀ କମ୍ପାନୀ ଅଲ୍ଟ୍ରାଟେକ୍ ସିମେଣ୍ଟ ତାହାର ସିଏସ୍ଆର କାର୍ଯ୍ୟକଳାପର ଅଂଶବିଶେଷ ଭାବରେ ଓଡ଼ିଶାର ବନ୍ୟାବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଛି । ନିକଟରେ କମ୍ପାନୀ ଯାଜପୁର ଜିଲ୍ଲାର କସପା ଗ୍ରାମରେ ଗ୍ରାମବାସୀଙ୍କୁ ତାରପୋଲିନ ଏବଂ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେଇଛି, ଯେଉଁଠାରେ ନଦୀବନ୍ଧରେ ଘାଇ ହେବାଯୋଗୁ ଗ୍ରାମର ୧୦ଟି ୱାର୍ଡ ସମ୍ପୂର୍ଣ୍ଣ ଭାବରେ ପାଣିଘେରରେ ରହିଛି । ରିଲିଫ ସାମଗ୍ରୀଗୁଡିକୁ କସପା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରଭାତ ନାୟକଙ୍କୁ ଅଲ୍ଟ୍ରାଟେକ୍ର ଜିଏମ୍ ଶ୍ରୀ ଅଶୋକ ପଟ୍ଟନାୟକ ଗ୍ରାମବାସୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରିଥିଲେ ।
ଏହି ଜନକଲ୍ୟାଣକାରୀ ପ୍ରୟାସ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଶିଷ ପାନ୍ପାଲିଆ, ସିଓଓ, ଅଲ୍ଟ୍ରାଟେକ ଇଷ୍ଟ୍ କହିଛନ୍ତି, “ଆମର ଗ୍ରୁପ୍ ସର୍ବଦା ସମାଜକୁ ପ୍ରତିଦାନ ଦେଇଆସିବାରେ ବିଶ୍ୱାସ ରଖୁଛି । ଆମେ ସବୁସମୟରେ ଓଡ଼ିଶାର ଜନସାଧାରଣଙ୍କ ସହିତ ରହିଛୁ ଏବଂ କଲ୍ୟାଣକାରୀ ପଦକ୍ଷେପ ସ୍ୱରୂପ ଆମେ ରାଜ୍ୟରେ ପ୍ରଳୟଙ୍କରୀ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ଏହି ସହାୟତା ଯୋଗାଇ ଦେଇଛୁ । ଆମର ସିଏସ୍ଆର ପ୍ରୟାସଗୁଡିକ ରାଜ୍ୟରେ ଜାରି ରହିବ” ବୋଲି ଶ୍ରୀ ପାନ୍ପାଲିଆ କହିଛନ୍ତି ।
ରାଜ୍ୟ
ଓଡ଼ିଶାର ବନ୍ୟାବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଲା ଅଲ୍ଟ୍ରାଟେକ ସିମେଣ୍ଟ
- Hits: 404