ହେଡଲାଇନସ୍:

ଛତିଶଗଡ଼ ର ଲୋକ ଓଡିଶା ପେକ୍ସ ରୁ ନେଉଛନ୍ତି ଋଣ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଡଭା ପେକ୍ସର ମହାଘୋଟଲା: ଚାଷୀ ନାହିଁ କି ଜମି ନାହିଁ , ଋଣ ଉଠାଯାଇ ଟଙ୍କା ହଡପ

ବରଗଡ :- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲଳ୍କ ଅନ୍ତର୍ଗତ ଡଭା ପେକ୍ସ ( ସମବାୟ ସମିତି ) ଝାରବନ୍ଧ ବ୍ଲକର ସାତ ଗୋଟି ପଞ୍ଚାୟତ ଯଥା , ଡଭା , ଭଣ୍ଡାରପୁରୀ , ଭଇସାଦରହା , ଛୋଟଅନକୀ, କନ୍ଦାଡଙ୍ଗର, ବିଳାଶପୁର, କୁର୍ଲୁପାଲି ର ଚାଷୀ ମାନଙ୍କୁ ନେଇ ଗଠିତ । ଚାଷୀ ମାନଙ୍କୁ ଠିକଣା ସମୟରେ ଚାଷକାମ ପାଇଁ ବିଭିନ୍ନ ପ୍ରକାର ସହାୟତା ସହିତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ଙ୍କର ସହାୟତା ଓ ଚାଷୀ ମାନଙ୍କର ଦ୍ୱାରା ପେକ୍ସ ଗଠନ କରାଯାଇଛି । ମୁଖ୍ୟତଃ କହିବାକୁ ଗଲେ ଏହି ସଂସ୍ଥାରୁ ଚାଷୀ ମାନେ ଚାଷ କାମ ପାଇଁ ଆବଶ୍ୟକତା ମୁତାବକ ଆର୍ଥିକ ସହାୟତା ( ଋଣ ଆକାରରେ ) ସରକାରୀ ନିର୍ଦ୍ଧାରିତ ମୂଲ୍ୟ ରେ ସାର ଓ ଅନ୍ୟାନ୍ୟ ସହାୟତା ପାଇବାର ସୁଯୋଗ ପାଇ ଥାନ୍ତି ।
କିନ୍ତୁ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ପେକ୍ସ ରେ ଏକ ମହାଘୋଟଲା ସାମ୍ନାକୁ ଆସିଛି । ଏହି ପେକ୍ସ ଅନ୍ତର୍ଗତ ଭଣ୍ଡାରପୁରୀ ଗ୍ରାମରୁ ଜନେକ ରଜନୀ ବାଇ ଚୌହାନ ( ସ୍ୱାମୀ :- ରୂପାନନ୍ଦ ) ନାମକ ମହିଳା ଙ୍କୁ , ( ପେକ୍ସ ରେ ଥିବା ସଭ୍ୟ ନମ୍ବର ୮୧୯୨ ) ଆଧାର ନମ୍ବର 241144584151 , ପରିଚୟ ପତ୍ର ସଂଖ୍ୟା 196605890 , ମୋଟ ଅଣ ଜଳ ସେଚିତ ତିନି ଏକଡ଼ ଜମି ଥିବା ଦର୍ଶାଇ ପ୍ରଥମେ , 29/03/2019 ତାରିଖ ଦିନ ତିରିଶ ହଜାର , 30/07/2019 ତାରିଖ ଦିନ ଡଭା ପେକ୍ସରୁ ତିରିଶ ହଜାର , 28/09/2019ତାରିଖ ଦିନ ଅଠର ହଜାର ଚାରିସହ ଦଶ (୧୮୪୧୦)ଟଙ୍କାର ସାର , 24/07/2020 ଦିନ ପୁଣି ଚଉରାଶି ହଜାର ( 84 000) ଟଙ୍କାର ଋଣ ନେଇଥିଲେ । କଥିତ ମହିଳା ଚାଷୀ ଙ୍କୁ ଡଭା ପେକ୍ସ ଦ୍ୱାରା ପ୍ରଦାନ କରାଯାଇଥିବା କିଷାନ କ୍ରେଡିଟ କାର୍ଡ଼ ( ଋଣ ପାସ ବହି ) ରେ ରଜନୀ ବାଇ ଚୌହାନ ଙ୍କର ଭଣ୍ଡାରପୁରୀ ରେ ତିନି ଏକଡ଼ ଅଠର ଡ଼ିସିମିଲ ଚାଷ ଜମି ଥିବା ଉଲ୍ଲେଖ ରହିଥିବା ବେଳେ ବର୍ତମାନ ରଜନୀ ବାଇ ଚୌହାନ ନାମକ କୋଣସି ମହିଳା ଚାଷୀ ଅଂଚଳରେ ନ ଥିବା ଜଣା ପଡ଼ିଛି । ସବୁଠାରୁ ବଡ଼ କଥା ହେଲେ ଯେ କଥିତ ଏହି ମହିଳା ଚାଷୀ ଙ୍କର ନାମରେ ବର୍ତ୍ତମାନ ଡଭା ପେକ୍ସ ରେ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ବ ବକେୟା ରହିଛି ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ପେକ୍ସର ଜଣେ ପୂର୍ବତନ ସଭାପତି ଙ୍କର ( ଏହି ନାମରେ ଜଣେ ଶାଶୁ ଘର ସମ୍ପର୍କୀୟ ଯିଏ କି ଛତିଶଗଡ଼ ରାଜ୍ୟରେ ରହୁଛନ୍ତି ) ଅଛନ୍ତି । ପୂର୍ବରୁ ଥିବା ସମ୍ପାଦକ ଜଣକ ସହିତ ମିଶି ମହିଳା ଜଣକ କିମ୍ବା ତାଙ୍କ ସମ୍ପର୍କୀୟ ଏହି ଘୋଟଲା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଅଭିଯୋଗ ଟି ନିଶ୍ଚିତ ଭାବରେ ଅତି ଗୁରୁତର କାରଣ ଯଦି ଜଣେ ଚାଷୀ ସଂପୃକ୍ତ ଅଂଚଳରେ ନାହାନ୍ତି କିମ୍ବା ଅଂଚଳରେ ତାଙ୍କର ନାମରେ କୋଣସି ଜମି ନାହିଁ ତେବେ ସେ ସେହି ଅଂଚଳରୁ ଯେମିତି ଋଣ କିମ୍ବା ସହାୟତା ପାଇବେ । ଅବଶ୍ୟ ପୂର୍ବତନ ସମ୍ପାଦକ ଓ ବର୍ତ୍ତମାନ ସମ୍ପାଦକ ଗୋବିନ୍ଦ ସାହୁ ଙ୍କର ନାମରେ ଡଭା ପେକ୍ସ ରେ ଅନେକ ଅନିୟମିତତା ର ଅଭିଯୋଗ ହୋଇଛି । ମହାଶୟ ଜଣକ ଙ୍କୁ ସରକାର ପୂର୍ବରୁ ତିନି ଥର ରୁ ଉର୍ଦ୍ବ ନିଲମ୍ବିତ ମଧ୍ୟ କରିଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ଏହି ଭଳି ଅନେକ ଅନିୟମିତତା ର ଅଭିଯୋଗ ଆମର ହସ୍ତଗତ ହୋଇଛି ଖବର ପ୍ରକାଶ ପୂର୍ବରୁ ଅନେକ ଅଭିଯୋଗ ର ସତ୍ୟତା ଜାଣିବାର ପ୍ରୟାସ ଜାରି ରହିଛି । ତେବେ ଏଠି ଏକ ବିରାଟ ପ୍ରଶ୍ନ ଯେ ଏହି ଭଳି ଘୋଟଲା କରି ସ୍ଥାନୀୟ ଚାଷୀ ଙ୍କର ଅଧିକାର କୁ ଲୁଟ କରିଥିବା ଅଧିକାରୀ ଓ ତଥାକଥିତ ଜନ ସେବକ ମାନଙ୍କ ଉପରେ କି ପ୍ରକାର କାର୍ଯନୁଷ୍ଠାନ ଗ୍ରହଣ କରାଯିବା କଥା । ବର୍ତ୍ତମାନ ର ପେକ୍ସ ସଭାପତି , ଉପଜିଲ୍ଲାପାଳ , ବରଗଡ଼ ଜିଲ୍ଲାପାଳ ଓ ରାଜ୍ୟ ସ୍ଥାରୀୟ ଅଧିକାରୀ ମାନେ ତୁରନ୍ତ ଏହି ଅଭିଯୋଗ ପ୍ରତି ଗୁରୁତ୍ଵ ଦେଇ ତାର ତଦନ୍ତ କରାଇ ସତ୍ୟାସତ୍ୟ କୁ ଲୋକଲୋଚନକୁ ଆଣିବା ସହିତ ଲୁଟ ହୋଇଥିବା ଅର୍ଥର ଭରଣା କରିବା ପାଇଁ ତତ୍ପର ହେବେ ବୋଲି ସ୍ଥାନୀୟ ଚାଷୀ ମାନେ ଦାବି କରିଛନ୍ତି ।

0
0
0
s2sdefault