ହେଡଲାଇନସ୍:

ଯୁବ ପରେ ପୁନର୍ଗଠିତ ହେଲା ବିଜୁ ଜନତା ଦଳର ଛାତ୍ର ବାହିନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ, ପ୍ରଶାନ୍ତ, ରାଜେଶ, ବିଶ୍ବପ୍ରତାପ ଓ ମିକୁ

  • ମହାସଚିବ ଭାବେ ଅପରିବର୍ତ୍ତିତ ରହିଛନ୍ତି ଇପ୍ସିତା ଦାସ

  • ଅଜିତ, ସ୍ଵାଗତିକା, ଅପୂର୍ଵ। ଅପରୂପା, ପ୍ରଦୋଷ, ଚିନ୍ମୟ, ବିଜୟ, ଅବିନାଶ ଓ ତାପସ ବରିଷ୍ଠ ଉପସଭାପତି

  • ରାଜ୍ୟସ୍ତରୀୟ କମିଟିରେ ସଭାପତିଙ୍କୁ ଛାଡି ୧୬୮ ସଦସ୍ୟ

  • ଏହା ସହିତ ନିଯୁକ୍ତ ହେଲେ ସାଙ୍ଗଠନିକ ଜିଲ୍ଲା ସଭାପତି

Biju Janata Dal MP Resigns After Son Does Not Get Ticket For ...

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ପୁନର୍ଗଠନ ପରେ ଛାତ୍ର ବାହିନୀର ପୁନର୍ଗଠନ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ସଭାପତିଙ୍କୁ ଛାଡି ନବଗଠିତ କମିଟିରେ ଅଛନ୍ତି ୧୬୮ ସଦସ୍ୟ | ଏହି କମିଟିରେ ଏଥିର ୫ ଜଣ କାର୍ଯ୍ୟକାରୀ ସଭାପତି ରହିଥିବା ବେଳେ ଜଣେ ମହାସଚିବ, ୮ ବରିଷ୍ଠ ଉପସଭାପତି, ୭ ଜୋନ୍ ସଭାପତି, ୧୦ ଉପସଭାପତି, ୫୧ ସାଧାରଣ ସମ୍ପାଦକ, ୬୧ ସମ୍ପାଦକ, ୨୬ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି | ଏହାସହିତ ୩୫ ସାଙ୍ଗଠନିକ ଜିଲ୍ଲା ସଭାପତି ସହ କଟକ, ରାଉରକେଲା ଓ କୋରାପୁଟ ପାଉ କାର୍ଯ୍ୟକାରୀ ସଭାପତି ଅତିରିକ୍ତ ଭାବେ ନିଯୁକ୍ତି ଦେଇଛି ଦଳ |
କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ରାଜ ସ୍ବାଇଁ, ବିଶ୍ବପ୍ରତାପ ସାହୁ ଓ ମିକୁ ପ୍ରଧାନ ନିଯୁକ୍ତ ହୋଇଥିବା ବେଳେ ମହାସଚିବ ଭାବେ ଅପରିବର୍ତ୍ତିତ ରହିଛନ୍ତି ଇପ୍ସିତା ଦାସ । ସେହିପରି ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଅଜିତ ବେହେରା, ସ୍ଵାଗତିକା ମହାନ୍ତି, ଅପୂର୍ଵ। ଅପରୂପା, ପ୍ରଦୋଷ ପରିଡା, ଚିନ୍ମୟ ଦାସ, ବିଜୟ ବସନ୍ତିଆ, ଅବିନାଶ ପଟେଲ ଓ ତାପସ କୁମାର ସାହୁ |
ଜୋନ୍ ସଭାପତି ଭାବେ ଭଗବାନ ସାହୁ(ଭୁବନେଶ୍ୱର),ସ୍ମୃତିରଞ୍ଜନ ଦାସ (କଟକ), ଜ୍ୟୋତିରଞ୍ଜନ ସାହୁ(ଗଞ୍ଜାମ), ଚିରାଗ ସିଂଦେଓ(ବଲାଙ୍ଗୀର), ମିଳନ ହୋତା (ସମ୍ବଲପୁର) , ଶଶାଙ୍କ ମିଶ୍ର (କୋରାପୁଟ) ଓ ଅବଦୁଲ ହବିବ (ବାଲେଶ୍ୱର)ଙ୍କୁ ନିଯୁକ୍ତି ମିଳିଛି |

 

0
0
0
s2sdefault