ହେଡଲାଇନସ୍:

ଗୁଣୁପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଜରୁରୀ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଖୁବ୍ ଶୀଘ୍ର ମରାମତି ହେବ ସେତୁ।

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ  : ଗୁଣୁପୁର ସହର ମଧ୍ୟରେ ଥିବା ବଂଶଧାରା ନଦୀର ଉପର ସେତୁ ଏବେ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ଏହି ସେତୁ ଗୁଣୁପୁର ବାସୀଙ୍କ ଲାଇଫ ଲାଇନ୍ ଅଟେ। ଏହି ସେତୁ ଅତିକ୍ରମ କରି ରାୟଗଡା ଜିଲ୍ଲା ମୁଖ୍ୟାଳୟ ଏବଂ ଆନ୍ଧ୍ରପ୍ରଦେଶ କୁ ପ୍ରତିଦିନ ହଜାର ହଜାର ଯାନବାହାନ ଚଳାଚଳ କରିଥାଏ। ପୂର୍ତ୍ତବିଭାଗ ର ଖାମଖିଆଲି ନୀତି ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ, ଧୀରେ ଧୀରେ ଭଗ୍ନ ହେବାରେ ଲାଗିଛି ବଂଶଧାରା ସେତୁ। ବର୍ତ୍ତମାନ୍ ନଦୀରେ ପ୍ରବଳ ମାତ୍ରାରେ ବନ୍ୟା ଜଳ ପ୍ରବାହିତ ହୋଇ ସେତୁର ପିଲର୍ ଗୁଡିକୁ ପାଣି ବାଡ଼େଇ ହେଉଥିବାରୁ ସେତୁ ପ୍ରବଳ ମାତ୍ରାରେ ହଲୁଥିବା ଅନୁଭବ ହେଉଛି। ପ୍ରତି ବର୍ଷ ନିୟମିତ ଭାବେ ପୂର୍ତ୍ତବିଭାଗ ପକ୍ଷରୁ ସେତୁ ର ଦୁଇ ପାର୍ଶ୍ଵରେ ଥିବା ଗାର୍ଡ ୱାଲ୍ କୁ ରଙ୍ଗ ଦେଇ ଚକାଚକା କରିବା ସହ ଗର୍ତ୍ତ ଗୁଡିକରେ ପିଚୁ ଢ଼ଲାଇ ଦେଇ ମୋଟା ଅଙ୍କର ବିଲ୍ ଉଠାଇ ଠିକାଦାର ଏବଂ ସରକାରୀ ବାବୁମାନେ ମିଲି ଭଗତ କରୁଥିବା ସାଧାରଣ ରେ ଚର୍ଚା ଜୋର୍ ଧରିଛି । ସେତୁ ର ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ୍ତ ହୋଇ ଲୁହା ଛଡ ଗୁଡିକ ବାହାରକୁ ବାହାରି ପଡିଥିବା ଦେଖିବାକୁ ମିଳିଛି। ଏବଂ ସେତୁ ଦୁଇ ପାର୍ଶ୍ଵରେ ଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡିକ ଦୁର୍ବଳ ହୋଇପଡିଥିବା ବେଳେ, କେତେବେଳେ କେଉଁ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ି କାହାର ଧନ ଜୀବନ ଚାଲିଯିବା ସମ୍ଭାବନା କୁ ଏଡ଼ାଇ ହେବନାହିଁ । ତେଣୁ ଅତି ଶୀଘ୍ର ବିଦ୍ୟୁତ୍ ଖୁଣ୍ଟ ଗୁଡିକୁ ମରାମତି କରିବା ଜରୁରୀ ବୋଲି ସ୍ଥାନୀୟ ଲୋକେ ମତ ବ୍ୟକ୍ତ କରିଛନ୍ତି।
ଏହି ସେତୁ ଦେଇ ଭାରି ଜାନ ଚଳାଚଳ ସମୟରେ ବ୍ରିଜ ଜୋର୍ ସେ ହଲିବା ସହ କମ୍ପନ ସୃଷ୍ଟି ହେଉଛି। ଅତି ଶୀଘ୍ର ପୂର୍ତ୍ତବିଭାଗ ପକ୍ଷରୁ ଏହାର ସ୍ଥାୟୀ ମରାମତି କରାଯିବା ପାଇଁ ସ୍ତାନୀୟ ଲୋକେ ଦାବୀ କରିଛନ୍ତି।ଅପରପକ୍ଷରେ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ଯେ ଦିନକୁ ଦିନ ଜନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଯାନବାହାନ ଚଳାଚଳ ମଧ୍ଯ ବୃଦ୍ଧି ପାଉଛି ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ଙ୍କ ପକ୍ଷରୁ ଅତି ଶୀଘ୍ର ବଂଶଧାରା ନଦୀ ଉପରେ ଦ୍ଵିତୀୟ ସେତୁ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଗଲେ ଜନସାଧାରଣ ଉପକୃତ ହେବେ । ଗୋଟିଏ ସେତୁ ଦେଇ ଯିବା ଅନ୍ୟ ସେତୁ ଦେଇ ଆସିବା ଦ୍ଵାରା ସେତୁ ଉପରେ କମ୍ ଯାନବାହାନ ଚଳାଚଳ ହେବ ଫଳରେ ସେତୁର ଆୟୁଷ ମଧ୍ଯ ବହୁତ୍ ବର୍ଷ ବୃଦ୍ଧି ପାଇପାରିବ ବୋଲି ମତ ପ୍ରକାଶ କରିଛନ୍ତି । ଗୋଟିଏ ସେତୁ ରହିଥିବା ଯୋଗୁଁ ଅନେକ୍ ସମୟରେ ଛୋଟ ବଡ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ମଧ୍ଯ ହେଉଛି। ସେତୁ ଉପରେ କୌଣସି ଦୁର୍ଘଟଣା କିମ୍ବା ପର୍ବ ପର୍ବାଣୀ ମୁଖ୍ୟତଃ ରଥଯାତ୍ରା ସମୟରେ ବହୁ ଟ୍ରାଫିକ୍ ସମସ୍ୟା ର ସମୁଖୀନ ହେବାକୁ ପଡ଼ୁଛି। ସୂଚନା ଯୋଗ୍ୟ ଏହି ବଂଶଧାରା ସେତୁ ୧୯୯୪ ମେ ମାସ ୧୭ ତାରିଖ ଦିନ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ କରକମଳରେ ଉଦଘାଟନ କରାଯାଇଥିଲା । ୨୮ ବର୍ଷ ର ଏହି ସେତୁ କୁ ରକ୍ଷଣାବେକ୍ଷଣ କରାନଗଲେ ଗୁଣୁପୁର ବାସୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।ଏ ସମ୍ପର୍କରେ ଆମେ ଗୁଣୁପୁର ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କୁ ବୁଝିଥିଲୁ ସେ କହିଛନ୍ତି ଯେ ଗୁଣୁପୁର ବଂଶଧାରା ନଦୀ ଉପର ସେତୁ ମରାମତି ପାଇଁ ଆମେ ଏସ୍ଟିମେଟ୍ କରି ପଠାଇ ଥିଲୁ ବର୍ତ୍ତମାନ ତାହା ବଜେଟ ରେ ପାସ୍ ହୋଇ ଟେଣ୍ଡର ନିମନ୍ତେ ବିଭାଗ କୁ ଆସି ଯାଇଛି। ଖୁବ୍ ଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯାଇ କାମ ଆରମ୍ଭ ହେବ। ମାସଟିକ୍ ଆସ୍ଫାଲ୍ଟ ତଥା ଏକ ଉନ୍ନତ ଧରଣର ପିଚୁ ଆବରଣ ଦିଆଯିବ ଫଳରେ ସେତୁ ବହୁ ବର୍ଷଧରି ମଜଭୁତ ରହିବ ବୋଲି କହିଛନ୍ତି।

0
0
0
s2sdefault