ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଜଗଦଳପୁର ଥାନା ଦିନ ଦ୍ବିପହର ରେ ରାସ୍ତା ମଝି ରେ ସାପଲହର ଗ୍ରାମ ର ବଳରାମ ବାରିକ ଜଣେ ବ୍ୟାଙ୍କ କର୍ମଚାରୀ ଗିରିଶ ମେହେର କୁ ଭୟଭୀତ ଏବଂ ଧମକ ଚମକ କରି 36 ହଜାର 930 ଟଙ୍କା ଛଡାଇ ନେଇଥିଲେ l ଏ ସମ୍ପର୍କ ରେ ଶ୍ରୀ ମେହେର ଜଗଦଳପୁର ଥାନା ରେ ଲିଖିତ ଅଭିଯୋଗ କରିବାରୁ ଜଗଦଳପୁର ପୋଲିସ ଲୁଟ ମାମଲା ରେ ବଳରାମ ବାରିକ କୁ ଗିରଫ କରିଛି l ତା ଠାରୁ 24 ହଜାର 820 ଟଙ୍କା ମଧ୍ୟ ଜବତ କରିଛି l ପଦ୍ମପୁର ବନ୍ଧନ ବ୍ୟାଙ୍କ କ୍ଷେତ୍ର ଅଧିକାରୀ ଶ୍ରୀ ମେହେର ଦେଣ ନେଣ କରିବାକୁ ବିଭିନ୍ନ ଗ୍ରାମାଞ୍ଚଳ କୁ ଯାଇଥିଲେ l ଟଙ୍କା ଧରି ଫେରୁଥିବା ସମୟ ରେ ଏହି ଘଟଣା ହୋଇଥିଲା l ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରୀ ସୁଷମା କୁଅଁର ସୂଚନା ଦେଇଛନ୍ତି l ଚଣ୍ଡୀଭଟା ଗ୍ରାମ ଠାରେ ଏକ ଟ୍ରାକ୍ଟର ସ୍ୱରାଜ ରୁ ଛତିଶଗଡ଼ ସରେଇପାଳି ଥାନା ସୁଖା ପାଳି ଗ୍ରାମ ର ବିଭୀଷଣ ଭୋଇ ସେଲପ ଚୋରି ଅଭିଯୋଗ ରେ 379 ଦଫା ରେ ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି l
ରାଜ୍ୟ
ଟଙ୍କା ଲୁଟ ଓ ଟ୍ରାକ୍ଟର ସେଲଫ ଚୋରି ଘଟଣା ରେ ଦୁଇ ଜଣ ଗିରଫ l
- Hits: 604