ହେଡଲାଇନସ୍:

ପ୍ରଶାସନର ଅମାନବିକତା ଚିତ୍ର, ଦେଖିବାକୁ ମିଳିଛି ବନ୍ୟାଞ୍ଚଳରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ ଅଧିନସ୍ତ କୋଲ୍ଲର ପଞ୍ଚାୟତ ପାଣି ଘେରରେଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଚାରିଆଡେ ବନ୍ୟା ପାଣି ବୁଡି ରହିଥିବାରୁ ଲୋକମାନେ ନଈବନ୍ଧ ଉପରେ ପଲିଥିନ ଟାଣି ରହୁଛନ୍ତି l ଚୁଲି ନାହିଁ କି ଜାଳ ବି ନାହିଁ l ସେମାନେ ରୋଷେଇ କରି ଖାଇବାକୁ ଅସମର୍ଥ ଥିବାବେଳେ ତାଙ୍କୁ ରିଲିଫ ଆକାରରେ ମିଳିଛି ପୋକ ଚୁଡା ଓ ଗୁଡ଼ ଯାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି l ଏହା ପୁଣି ବନ୍ୟା ହେବାର ଚାରିଦିନ ପରେ ଦିଆଯାଉଛି l ବନ୍ୟାଞ୍ଚଳରେ ଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ କଣ ଏହି ପରି ଖାଦ୍ୟ ଯାହାକୁ ଖାଇଲେ ଲୋକ ନିଜର ମରଣକୁ ଡ଼ାକିବ l ସରକାର ବନ୍ୟାଞ୍ଚଳ ଲୋକଙ୍କ ପାଇଁ ଏତେ ସୁବିଧା ରଖୁଥିବାବେଳେ ଏହି କୋଲ୍ଲର ପଞ୍ଚାୟତ ଲୋକଙ୍କୁ କାହିଁକି ମିଳୁନି ସୁବିଧା l ବନ୍ୟା ଚାରି ଦିନ ବିତି ଗଲା ପରେ ମଧ୍ୟ ରନ୍ଧା ଖାଦ୍ୟ ନାହିଁ ହେଲେ ଶୁଖିଲା ଖାଦ୍ୟ ତାହା ଫୁଣି ମରଣ ଯନ୍ତା l କୋଲ୍ଲର ପଞ୍ଚାୟତ ସ୍ତ୍ରୀଲୋକମାନେ ବନ୍ଧ ଉପରେ ନିଜ ସାମ୍ନାରେ ଚୁଡା ରଖି ଆମ ଗଣପ୍ରତିନିଧି ପାଖରେ ସେମାନଙ୍କର ପ୍ରତିକ୍ରିୟା ରଖିଥିଲେ l ସେମାନଙ୍କୁ କିଛି ସୁବିଧା ଓ ସହଯୋଗ ମିଳୁ ବୋଲି ପ୍ରଶାସନକୁ ଆକୁଳ ନିବେଦନ କରିଥିଲେ l

0
0
0
s2sdefault