ଜଗତସିଂହପୁର/ସୁମନ୍ତ କୁମାର ଦାସ: ମହାନନ୍ଦୀର ଉପରମୁଣ୍ଡ ଓ ତଳିଆ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରୁ ମହାନନ୍ଦୀ ଓ ଏହାର ଶାଖା ନନ୍ଦୀ ବିଲୁଆଖାଇ,ଦେବୀନଦୀ, ପାଇକା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି l ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି l ଜିଲ୍ଲା ଜରୁରୀକାଳୀନ ବିଭାଗ ସୂଚନା ଅନୁଯାୟୀ ବର୍ଷା ଓ ତତ୍ ଜନିତ ବନ୍ୟା ପ୍ରଭାବରୁ ୮୦୯ ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି l ଜଗତସିଂହପୁର ପୌରାଞ୍ଚଳରେ ୭ଟି ୱାର୍ଡ ବର୍ଷା ଜନିତ ପ୍ରଭାବିତ ହୋଇଛି l ଜିଲ୍ଲାରେ ୧୧୯୧ ଜଣ ଲୋକଙ୍କୁ ୮ ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇ ସେମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି l ଜିଲ୍ଲାରେ ୫୯୦୨ଟି ଗୋରୁଗାଇ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି l ଆନୁମାନିକ ୧୪,୨୨୫ ହେକ୍ଟର ଧାନଜମି ଜଳମଗ୍ନ ହୋଇଥିବାବେଳେ ୬୮ ହେକ୍ଟର ଉଦ୍ୟାନ କୃଷି ପ୍ରଭାବିତ ହୋଇଛି l କ୍ଷତିଗ୍ରସ୍ତ ଅଂଚଳରେ ୧୦ଟି ମେଡିକାଲ ଟିମ ଓ ୧୩ ଟି ଭେଟନାରୀ ଟିମ ନିୟୋଜିତ ହେଇଛନ୍ତି l ୨ ଟି ସରକାରୀ ବୋଟ ସହ ୫ ଟି ବେସରକାରୀ ବୋଟରେ ପ୍ରଭାବିତ ଲୋକ ଏବଂ ଗୋରୁଗାଇଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟରେ ନିୟୋଜିତ କରାଯାଇଛି l ଗୋରୁଗାଇଙ୍କ ନିମନ୍ତେ ୧୦ କ୍ଵିଣ୍ଟାଲ ଗ୍ରୀନପଣ୍ଡର ବଣ୍ଟନ କରାଯାଇଛି l ୧୬.୭୭ କ୍ଵିଣ୍ଟାଲ ଓ ୩.୪୬ କ୍ଵିଣ୍ଟାଲ ଗୁଡ଼ କ୍ଷତିଗ୍ରସ୍ତ ଅଞ୍ଚଳରେ ବଣ୍ଟନ କରାଯାଇଛି l କୁଜଙ୍ଗ ବ୍ଲକରେ ୯ ଟି ରାସ୍ତା, ୫ଟି ବ୍ରିଜ଼, ୨୦ ଟି ବିଦ୍ୟାଳୟ ଓ ଗୋଟିଏ କଲ୍ୟାଣ ମଣ୍ଡପ ଜଳମଗ୍ନ ହୋଇଛି l ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ସମ୍ବଦ୍ଧିୟ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି l ନିୟନ୍ତ୍ରଣ କକ୍ଷର ଯୋଗାଯୋଗ ନଂ 06724220368l ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟିରେ ରହି ରିଲିଫ ଓ ଉର୍ଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି l
ରାଜ୍ୟ
ଜଗତସିଂହପୁର ଜିଲ୍ଲାରେ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତି
- Hits: 470