ହେଡଲାଇନସ୍:

ବନ୍ୟାଞ୍ଚଳରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ମହାନଦୀ, ଦେବୀ ନଦୀ, ସଂଖେଶ୍ୱର , ପାଇକା ଆଦି ନଦୀ ଗୁଡିକରେ ବନ୍ୟାଜଳ ଆସିବା ଯୋଗୁ 5 ଟି ବ୍ଲକ ଯଥା- ବିରିଡ଼ି,ତିର୍ତ୍ତୋଲ, ବାଲିକୁଦା, କୁଜଙ୍ଗ ଓ ରଘନାଥପୁର ବ୍ଲକର ପାଖାପାଖି 12 ଟି ଗ୍ରାମ ପଞ୍ଚାୟତର 15 ଟି ଗ୍ରାମ ଜଳମଗ୍ନ ହୋଇଅଛି। ଯାହାଫଳରେ 6125 ଟି ପ୍ରାଣୀ ସମ୍ପଦ ପ୍ରପୀଡ଼ିତ ହୋଇଛନ୍ତି।ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ 14 ଗୋଟି ତ୍ୱରିତ କାର୍ଯ୍ୟନୁଷ୍ଠାନଦଳ ଗଠନ କରାଯାଇ ବିଭିନ୍ନ ବନ୍ୟାଞ୍ଚଳରେ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ବିରିଡ଼ି ବ୍ଲକର ଉତ୍ତରଶାସନ ଗ୍ରାମ ପଞ୍ଚାୟତର ଶାସନସାହି ଗ୍ରାମକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ବୀର କିଶୋର ପରିଡ଼ା ପ୍ରାଣୀ ଚିକିତ୍ସା ଶିବିର ଓ ପ୍ରତିଶେଧକ ଟୀକାକରଣ କାର୍ଯ୍ୟକ୍ରମକୁ ତଦାରଖ କରିଛନ୍ତି। ସେହିପରି ଏସ୍. ଡି. ଭି.ଓ. ଡାକ୍ତର ଶଶାଙ୍କ ଶେଖର ନାୟକ ଓ ଏ. ଡି. ଭି. ଓ. ଡାକ୍ତର ଯଦୁନାଥ ପରିଡ଼ା କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ୍ ର ବିଭିନ୍ନ ବନ୍ୟାଞ୍ଚଳ ଗ୍ରସ୍ତ କରିଥିଲେ। କୁଜଙ୍ଗ ବ୍ଲକର ସାଇଲୋ ପଞ୍ଚାୟତର ହରିପୁର ଗ୍ରାମରେ ଅତିରିକ୍ତ ଜିଲ୍ଲାପାଳ ଧର୍ମେନ୍ଦ୍ର କୁମାର ମଲ୍ଲିକ, କୁଜଙ୍ଗ ବି. ଡି. ଓ. ସୌମ୍ୟ ରଞ୍ଜନ ପାଣିଗ୍ରାହୀ ତଥା ସାଇଲୋ ଗ୍ରାମ ପଞ୍ଚାୟତ ର ସରପଞ୍ଚଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଚାଷୀ ମାନଙ୍କୁ 14 କ୍ଵିଣ୍ଟାଲ ସବୁଜ ଘାସ ବଣ୍ଟନ କରାଯାଇଛି।
ଏତଦବ୍ୟତୀତ, 5 ଟି ବ୍ଲକରେ ପ୍ରାରମ୍ଭିକ ଆକଳନ ଅନୁସାରେ 10 ମେଟ୍ରିକ୍ ଟନ୍ ଗୋଖାଦ୍ୟ ଯୋଗାଣ ପାଇଁ ଜିଲ୍ଲାପା ଳ ଶ୍ରୀମତୀ ପଟୱାରି ସ୍ଵତନ୍ତ୍ର ରିଲିଫ କମିଶନର୍ ଙ୍କୁ ଚିଠି ଲେଖିଛନ୍ତି ଏଵଂ ଆଗାମୀ ଦିନରେ ଆବଶ୍ୟକତାକୁ ଚାହିଁ ଗୋଖାଦ୍ୟ ଯୋଗାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏଥି ସହିତ ବିଭାଗର ସମସ୍ତ ବ୍ଲକ୍ ଭେଟେରିନାରୀ ଅଫସର, ପ୍ରାଣୀ ଚିକିତ୍ସକ, ପ୍ର।ଣିଧନ ନିରୀକ୍ଷକମାନଙ୍କୁ ସଜାଗ ରହବାପାଇଁ ସି. ଡି. ଭି.ଓ. ପରାମର୍ଶ ଦେଇଛନ୍ତି।

0
0
0
s2sdefault