ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବାଚସ୍ପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର, . ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ଭଞ୍ଜନଗର ବ୍ଲକ ଲାଲସିଙ୍ଗି ପଞ୍ଚାୟତ ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ।ସୋମବାର ଅପରାହ୍ନ ସମୟରେ ଲଣ୍ଡେଇ ସାହି ଛକରୁ ଯୁବଗୋଷ୍ଠୀ ବାଇକ ରାଲିରେ ଶ୍ରୀ ଆରୁଖଙ୍କୁ ସ୍ୱାଗତ କରି କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟକୁ ପାଛୋଟି ନେଇଥିଲେ।ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀ ଆରୁଖଙ୍କ ସମେତ ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଉପାଧ୍ୟକ୍ଷା ରାଜଲଷ୍ମୀ ପ୍ରଧାନ,ବିଡ଼ିଓ ଶଶୀ ଭୂଷଣ ମହାପାତ୍ର,ସରପଞ୍ଚ ଶିବରାମ ସାହୁ, ପୂର୍ବତନ ସରପଞ୍ଚ ପ୍ରତାପ ଚନ୍ଦ୍ର ରାଉତ,ସମାଜସେବୀ ବିଷ୍ଣୁ ଚରଣ ପ୍ରଧାନ,ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ଏନଏସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ଉପସ୍ଥିତ ଥିଲେ।ଶୂଳପାଣି ଶତପଥି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ସରକାର ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ଉଦ୍ୟମ ଜାରି ରଖିଛନ୍ତି।ଭଞ୍ଜନଗର ବ୍ଲକରେ ହେବାକୁ ଥିବା ୬ଟି ସ୍ମାର୍ଟ ସ୍କୁଲ ମଧ୍ୟରୁ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ ନିମନ୍ତେ ୪୫ଲକ୍ଷ ଟଙ୍କା, ଲାଲସିଙ୍ଗି ଠାରୁ ଛେଦାଭୂମି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ନିମନ୍ତେ ୬୫ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିବା ବେଳେ ରାଜକୁଣ୍ଡୁ ଠାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।ସେହିପରି ଲାଲସିଙ୍ଗି ପଞ୍ଚାୟତରେ ବିଭିନ୍ନ ସାମାଜିକ,ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ କଲ୍ୟାଣ ମଣ୍ଡପର ଆବଶ୍ୟକତା ରହିଥିବାରୁ ଏହାର ନିର୍ମାଣ ପାଇଁ ଅତିଶୀଘ୍ର ଜାଗା ଚିହ୍ନଟ କରି ବିଡ଼ିଓଙ୍କୁ ଜଣାଇବାକୁ ବାଚସ୍ପତି ପଞ୍ଚାୟତ ଜନ ପ୍ରତିନିଧିଙ୍କୁ କହିଥିଲେ।ଏଥିସହ ମୋଟ ୩୬ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥି ବିଭିନ୍ନ ଭତ୍ତା ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

0
0
0
s2sdefault