ଭୁବନେଶ୍ୱର : ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୨ ତାରିଖ (୨୨.୦୮.୨୦୨୨)ପର୍ଯ୍ୟନ୍ତ ବଢିଲା । ପ୍ରକାଶ ଥାଉକି ଏହି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୬ ତାରିଖ ମଧ୍ୟରେ ଦାଖଲ ହେବାକୁ ଥିଲା । ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ବର୍ତମାନ ରାଜ୍ୟ ସରକାର ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି ।
ଏଣୁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ କୃଷୀସମବାୟ ସମିତି ( ପାକ୍ସ,ଲାମ୍ପ୍ସ , ମହିଳା ସ୍ୱୟଂସହାୟକ ଗୋଷ୍ଠି ଓ ପାଣି ପଚାଂୟତ)ରେ ଉକ୍ତ ଅବଧି ମଧ୍ୟରେ ପଞ୍ଜିକୃତ କରାଇବା ପାଇଁ କୁହାଯାଇଛି । ଏ ନେଇ ଖାଦଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ସମସ୍ତ ସମବାୟ ନିବନ୍ଧକ ଏବଂ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।
ରାଜ୍ୟ
ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ବଢିଲା
- Hits: 522