ହେଡଲାଇନସ୍:

ଅବକାରୀ ବାବୁ ଚେଇଁ ଶୋଇଛନ୍ତି : ଗାଁ ଗାଁରେ ବଢୁଛି କୁଚିଆ ମଦ ଭାଟି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ଗାଁ ଠୁ ସହର ସବୁଠି ବିଜୁଳି ବେଗରେ ଦିନକୁ ଦିନ ବଢିବାରେ ଲାଗିଛି କୁଚିଆ ମଦଭାଟି । ପଦ୍ମପୁର ସହରର ଛକ ତଥା ବିଭିନ୍ନ ମୁଖ୍ୟଛକ ଏବଂ ପ୍ରାୟତଃ ଗାଁରେ ଏବେ ଦେଶୀ କୁଚିଆ ମଦ ଭାଟି ଗୁଡିକ ଖୋଲି ମଦବିକ୍ରି ଚାଲିଛି , ଯାହାକି ବେଆଇନ । ପ୍ରତ୍ୟେକ ଗାଁରେ ମୌଳିକ ସୁବିଧା ପହଞ୍ଚୁ ଅବା ନ ପହଞ୍ଚୁ କିନ୍ତୁ ଦେଶୀ ମଦ ପ୍ରତ୍ୟେକ ଗାଁରେ ପହଞ୍ଚି ଯାଉଛି । ବିଜୁଳି ବେଗରେ ମଦଭାଟି ବଢ଼ିବାରେ ଅବକାରୀ ବିଭାଗ କିଛି ବାବୁଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି । କାହିଁକି ନା ଗାଁ ଗାଁ ରେ କୁଚିଆ ମଦଭାଟି ଖୋଲିବା ଅବକାରୀ ଆଇନ ବିରୋଧ । ହେଲେ କୁଚିଆ ମଦ ଭାଟି ବଢି ଚାଲିଥିଲେ ମଧ୍ୟ ଅବକାରୀ ଅଧିକାରୀ ମାନେ ହାତରେ ହାତ ଦେଇ ଚୁପ ରହୁଛନ୍ତି । ଅବକାରୀ ଆଇନକୁ ଖିଲାପ କରିବା ପାଇଁ ଓ ଗାଁ ଗାଁ ରେ କିପରେ ଭାବରେ କୁଚିଆ ମଦ ଭାଟି ଖୋଲିବା ପାଇଁ ଅବକାରୀ ବାବୁ ମାନେ ପ୍ରଶୟ ଦେଉଥିବା ଲୋକେ ଅଭିଯୋଗ କରୁଛନ୍ତି | କିଛି ଅବକାରୀ ବାବୁ ଏ କୁଚିଆ ମଦ ଭାଟି ମାଲିକଙ୍କ ଗଡ଼ଫାଦର ପାଲଟିଥିବା ଚର୍ଚା ହେଉଛି | ସରକାରୀ ଅଧିକାରୀ ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖକୁ ପହଞ୍ଚି ପାରିବ ସେଭଲି କାମ କରିଥାନ୍ତି | ହେଲେ ଅବକାରୀ ବାବୁମାନେ କିପରି ଭାବରେ ମଦ ଲୋକଙ୍କ ପାଖକୁ ପହଞ୍ଚି ପାରିବ ଓ ଦେଶୀମଦ ଭାଟି ମାଲିକର ରୋଜଗାର ବଢ଼ିବ ସେଥିରେ ପାରସ୍ପରିକ ସହଯୋଗ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ଅବା ସେମାନେ ଅପାରଗ ବୋଲି ଲୋକଙ୍କ ଭିତରେ ସନ୍ଦେହ ପ୍ରକାଶ ପାଉଛି । ନହେଲେ କୁଚିଆ ମଦ ଭାଟି ସଂଖ୍ୟା ବଢିଥିବା ବେଲେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ନିରାଶାଜନକ ବା ଧର୍ମକୁ ଆଖି ଠାର ଭଳି କାହିଁକି !

0
0
0
s2sdefault