ହେଡଲାଇନସ୍:

ସୁଡା ପରିସରରେ “ଟିମ୍ ଅର୍ବାନ ଓଡିଶା” ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟ ସହରାଚଂଳ ବିକାଶ ସଂସ୍ଥା ( ସୁଡା) ପରିସରରେ “ଟିମ୍ ଅର୍ବାନ ଓଡିଶା” ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ - “ଗାନ୍ଧୀଜୀ ଓ ଓଡିଶା” ଶିର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପୌରନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଜାତୀୟପତାକା ଉତୋଳନ କରି ଗାନ୍ଧୀଜୀ ଓ ଓଡିଶା ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ନିର୍ଦ୍ଦେଶକ ଶ୍ରୀ ପଣ୍ଡା ତାଙ୍କ ଭାଷଣରେ କହିଛନ୍ତି ଯେ 5T ଓ “ମୋ ସରକାର” ରାଜ୍ୟରେ ବ୍ୟାପକ ଶାସନ ସଂସ୍କାର ଆଣିଥିବା ବେଳେ ଜନସାଧାରଣ ଆଜି ସରକାରଙ୍କ ନିକଟତର ଏବଂ ସରକାର ଲୋକଙ୍କ ନିକଟତର ହୋଇପାରିଛି । ଏଥିରେ ଟିମ୍ ଅର୍ବାନର ଯୋଗଦାନ ସଂପର୍କରେ ଆଲୋକପାତ କରି ଆଗାମୀ ଦିନରେ ଏହି ଯୋଗଦାନକୁ କିପରି ଆହୁରି ଅଧିକ ସୁଦୃଢ କରାଯିବ ବୋଲି ସେ କହିଥିଲେ । ସୁଡାର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

0
0
0
s2sdefault