ହେଡଲାଇନସ୍:

ଜଙ୍ଗଲୀ ବାର୍ହା ଶିକାର ମାମଲା: ରକ୍ଷକ ସାଜିଲେ ଭକ୍ଷକ-ଶୁଣନ୍ତୁ ଟେଲିଫୋନ କଥାବାର୍ତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅପରାଧୀ ମାନଙ୍କୁ ଖସେଇ ଦେବା ପାଇଁ ଓ ମମାଲକୁ ଚପେଇ ଫରେଷ୍ଟ ଗାର୍ଡ ଓ ଫରେଷ୍ଟର କରିଥିଲେ ଖେଳ !!!!!!

ବରଗଡ :- ବନ୍ୟ ଜନ୍ତୁ ଓ ଜଙ୍ଗଲ ର ସୁରକ୍ଷା ମଣିଷ ସମାଜ ପାଇଁ ନିହାତି ଆବଶ୍ୟକ । କେବଳ ସରକାର ନୁହେଁ ଆମର ମଧ୍ୟ ସମାନ ଦାଇତ୍ୱ ରହିଛି ଜଙ୍ଗଲ ଓ ବନ୍ୟ ଜନ୍ତୁ ଙ୍କର ସୁରକ୍ଷା ପାଇଁ । ସରକାରୀ ସ୍ତରରେ ଏମାନଙ୍କର ସୁରକ୍ଷା ପାଇଁ ନିଶ୍ଚିତ ଭାବରେ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଉଛି ହେଲେ ସରକାର ଙ୍କର ଯୋଜନା ଗୁଡିକ କାର୍ଯକ୍ଷମ କରିବାର ଦାଇତ୍ଵ ରେ ଥିବା କିଛି ଅପାରଗ ଓ ବେଇମାନ ଅଧିକାରୀ ଓ କର୍ମଚାରୀ ଚାରି ଆଜି ଜଙ୍ଗଲରୁ ବହୁମୂଲ୍ୟ ଗଛ ଉଭାନ ହେବା ସହିତ ବନ୍ୟ ଜନ୍ତୁ ଲୋପ ପାଇବାରେ ଲାଗିଛନ୍ତି । ଗତକାଲି ର ଘଟଣାକୁ ଦେଖିଲେ ସ୍ପଷ୍ଟ ଅନୁମାନ କରାଯାଇ ପାରେ ଯେ କେବଳ ଓ କେବଳ ବନବିଭାଗର ର ଅପାରଗତା ଓ ଦାଇତ୍ୱ ହୀନତା କାରଣରୁ ଗୋଟିଏ ଜଙ୍ଗଲୀ ସମ୍ବର ର ମୃତ୍ୟୁ ହୋଇଗଲା ।
ବର୍ତମାନ ଗତ ଦୁଇଦିନ ଧରି ପାଇକମାଲ ରେଞ୍ଜ ଅଫିସ ଅଧୀନରେ କାର୍ୟ୍ଯ କରୁଥିବା ବାରିକ ନାମକ ଜଣେ ଫରେଷ୍ଟ ଗାର୍ଡ ଓ ଖେଳାପ୍ରିୟ ସାହୁ ନାମକ ଜଣେ ଫରେଷ୍ଟର ଙ୍କର ଏକ ଅଡିଓ କଲ ଭାଇରାଲ ହେବାକୁ ଲାଗୁଛି । ଏହି ଅଡିଓ କଳ ରେ ଉଭୟ ଅଫିସର ଏକ ବାର୍ହା ଶିକାର କେଶ କୁ ଚାପି ଦେବା ପାଇଁ କଥା ହେଉଥିବା ଜଣା ପଡୁଛି । ଅତି ବିଶ୍ବସ୍ତ ସୂତ୍ର ଓ ଭାଇରାଲ କଲ ରେକର୍ଡ କୁ ଭଲ ଭାବରେ ତର୍ଜମା କଲେ ଜଣା ପଡୁଛି ଯେ ଗତ କିଛି ମାସ ତଳେ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମର ଏକ ଚାଷ ଜମିରୁ ଜଙ୍ଗଲ ବିଭାଗ ଗୋଟିଏ ମୃତ ବାର୍ହା ର ମାନ୍ସ , ମୁଣ୍ଡ ଓ ଲାଞ୍ଜ ଉଦ୍ଧାର କରିଥିଲେ । ବାର୍ହା ଶିକାର ଅଭିଯୋଗ ରେ ତିନି ଜଣ ଙ୍କୁ ପାଇକମାଲ ରେଞ୍ଜ ଅଫିସ କୁ ଆଣି ତିନିଦିନ ଧରି ଅଟକ ରଖି ନିର୍ଯ୍ୟାତନା ସହିତ ତିନି ବେଳ ଖାଇବା ପିଇବା ଦେଇ ତଦନ୍ତ ମଧ୍ୟ କରିଥିଲେ ଓ ତିନି ଦିନ ପରେ କେବଳ ଏକ UD କେଶ କରି ଛାଡି ମଧ୍ୟ ଦେଇଥିଲେ । ପରବର୍ତୀ ସମୟରେ ବୋଧହୁଏ ଭାଗବଣ୍ଟା ନ ଛିଣ୍ଡିବା କାରଣରୁ ହେଉ କି ଅନ୍ୟ କୋଣସି କାରଣ ରୁ ହେଉ ଫରେଷ୍ଟ ଗାର୍ଡ , ଫରେଷ୍ଟର ଖେଳାପ୍ରିୟ ସାହୁ ଙ୍କର ସହିତ ପୁଣି କଥାବାର୍ତ୍ତା ହୋଇ ଫୋନ କଲକୁ ରେକର୍ଡ କରି ଅନ୍ୟ କିଛି ଲୋକଙ୍କୁ ଶୁଣାଇ ଥିଲେ । ଦୁଇ ଅଧିକାରୀ ଙ୍କର ଦ୍ୱାରା ଦୀର୍ଘ ଦିନ ହେବ ଏହି ଘଟଣାର କୁ ଚପେଇ ଦେବା ପାଇଁ ପୁରା ପ୍ରୟାସ କରାଯାଇଥିଲା ଓ ସେମାନେ ସଫଳ ମଧ୍ୟ ହୋଇଥିଲା କିନ୍ତୁ ଗତ ଦୁଇ ଦିନ ହେଲା ଏହି କଲ ରେକର୍ଡ ପୁଣି ଭାଇରାଲ ହେବାକୁ ଲାଗିଛି ।
ଏବେ ଗୋଟିଏ ବିରାଟ ପ୍ରଶ୍ନ ଯେ ଲୋକଙ୍କ ପଇସାରେ ସରକାର ଙ୍କର ନିକଟରୁ ପର୍ଯାପ୍ତ ପରିମାଣରେ ନିଜର ଜଙ୍ଗଲ ଓ ଜୀବ ଜନ୍ତୁ ଙ୍କର ସୁରକ୍ଷା ପାଇଁ ଦରମା ପାଉଥିବା ଏହି ଅଧିକାରୀ ମାନେ ଶିକାରୀ ମାନଙ୍କ ସହିତ ମିଶି କେମିତି ଏହି ଭଳି ଖେଳ କରିପାରୁଛନ୍ତି ? ବାଡ଼ ଯଦି ଫସଲ ଖାଇଯିବ ବା ରକ୍ଷକ ଯଦି ଭକ୍ଷକ ସାଯିବ ତେବେ କହିବା କାହାକୁ । ପୁରୁଣା ହେଲେ ମଧ୍ୟ ଏହି ଘଟଣାର ଉଛ ସ୍ଥାରୀୟ ତଦନ୍ତ କରାଯାଇ ଅଭିଯୁକ୍ତ ଅଧିକାରୀ ମାନଙ୍କୁ ତୁରନ୍ତ ବହିଷ୍କାର କରି ସେମାନଙ୍କ ବିରୋଧରେ ଅପରାଧିଜ ମାମଲା ରୁଜୁ କରିବା ପାଇଁ ଅଂଚଳ ବାସୀ ଦାବି କରିଛନ୍ତି ।

0
0
0
s2sdefault