ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା "ଆଜାଦୀ କା ଅମୃତ ମହୋତ୍ସବ" ପାଳନ ଅବସରରେ ସରକାରଙ୍କ ଦ୍ଵାରା ଆୟୋଜିତ "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାରେ ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲା ମିଶନ ଶକ୍ତି ଅଧିନସ୍ତ ରାୟଗଡ଼ ବ୍ଲକର ରାୟଗଡ଼ ଏବଂ ଜିରାଙ୍ଗ ୨ ଟି ସିଲେଇ ତାଲିମ କେନ୍ଦ୍ରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ତିଆରି ହୋଇଥିବା ୫୦ ହଜାର ତ୍ରିରଙ୍ଗା ପତାକାର ଜିଲ୍ଲା ସ୍ତରୀୟ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ରଶ୍ମି ରଂଜନ ସେଠୀ ପ୍ରାରମ୍ଭିକ ସୂଚନା ଦେଇ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଅଧ୍ୟକ୍ଷତା କରି "ଆଜାଦୀ କା ଅମୃତ ମହୋତ୍ସବ" ଉପଲକ୍ଷେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ୭୬ ତମ ସ୍ଵାଧୀନତା ଦିବସ ପାଳନ କରାଯିବ। ସେହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ କରାଯିବ। ଜିଲ୍ଲାର ସମସ୍ତଙ୍କ ଘର ଉପରେ ବିନା ଦେୟରେ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଯେଭଳି ଜାତୀୟ ପତାକା ଉଡ଼ିବ , ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆସନ୍ତା ସ୍ବାଧୀନତା ଦିବସରେ ଉଦ୍ଘାଟିତ ହୋଇ ସାରା ରାଜ୍ୟରେ ଭ୍ରମଣ କରିବାକୁ ଥିବା ରଥକୁ କିପରି ଜିଲ୍ଲାବ୍ୟାପି ସ୍ୱାଗତ କରାଯିବ ଏବଂ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସ୍ୱାଧୀନତା ପାଇଁ କିପରି ଥିଲା , ତାହାକୁ କିପରି ବର୍ତ୍ତମାନ ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଆଲୋକପାତ କରିଥିଲେ।
ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ , କାର୍ଯ୍ୟନିର୍ବାହୀ ଅଧିକାରୀ , ପୌରପରିଷଦ, ପାରଳାଖେମୁଣ୍ଡି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ , କାଶୀନଗରଙ୍କୁ ବଣ୍ଟନ କରାଯାଇଛି। ଗୋଷାଣୀ - ୫ ହଜାର , ରାୟଗଡ - ୫ ହଜାର , ନୂଆଗଡ- ୫ ହଜାର , ରା.ଉଦୟଗିରି -୫ ହଜାର , ମୋହନା - ୧୦ ହଜାର ଗୁମ୍ମା -୫ ହଜାର , କାଶୀନଗର ବ୍ଲକ -୫ ହଜାର , କାଶୀନଗର ଏନ୍ .ଏ.ସି -୩ ହଜାର ,ପାରଳାଖେମୁଣ୍ଡି ପୌରପରିଷଦ - ୭ ହଜାର ଜାତୀୟ ପତାକା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜାତୀୟ ପତାକା ତିଆରି କରିଥିବା ରାୟଗଡ଼ ଓ ଜିରାଙ୍ଗ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଉପସ୍ଥିତ ଥିଲେ।
ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପରିଚାଳନା କରିଥିଲେ।
ରାଜ୍ୟ
"ହର ଘର ତ୍ରିରଙ୍ଗା"କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜାତୀୟ ପତାକା ବିତରଣ
- Hits: 324