ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ହରଘର ତ୍ରିରଙ୍ଗା ଓ ଆଜାଦି ବା ଅମୃତ ମହୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହ ଠାରେ ଜିଲ୍ଲାରେ ହରଘର ତ୍ରିରଙ୍ଗା ଓ ଆଜାଦି ବା ଅମୃତ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଅଧକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ କହିଲେ ଅଗଷ୍ଟ ୧୩,୧୪ ଓ ୧୫ ତାରିଖ ରେ ଘରେ ଘରେ ତ୍ରିରଙ୍ଗା ପତାକା ଲଗେଇବେ l ଜଗତସିଂହପୁର ଜିଲ୍ଲା ପାଇଁ ମିଶନ ଶକ୍ତି ବିଭାଗରୁ 75 ହଜାର ତ୍ରିରଙ୍ଗା ପତାକା ଯୋଗାଇ ଦିଆଯାଇଛି l ଏହାକୁ ମାଗଣାରେ ପ୍ରତ୍ୟେକ ଘରକୁ ଯୋଗାଇ ଦିଆଯିବ l ବି.ଡି. ଓ, ପୌର ପରିଷଦ ନିର୍ବାହୀ ଅଧିକାରୀ ଓ ସିଡିପିଓ ମାନେ ବଣ୍ଟନ ବ୍ୟବସ୍ଥା କରିବେ l ପ୍ରତ୍ୟେକ ଘରେ ସମ୍ମାନର ସହ ଜାତୀୟ ପତାକା ଲଗେଇବେ l ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ପଞ୍ଚାୟତ ଅଫିସ, ଅଙ୍ଗନବାଡି କେନ୍ଦ୍ର ଇତ୍ୟାଦି ରେ ଅଗଷ୍ଟ 13ରୁ 15 ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକା ଉଡାଇବେ l ଜିଲ୍ଲାର ପ୍ରତ୍ୟେକ ଡାକଘର ଓ ମହିଳା ସ୍ୱୟଂସହାୟକ ସଂଗଠନ ପକ୍ଷରୁ ପତାକା ବିକ୍ରୟ କରାଯାଇଛି l ଏତଦବ୍ୟତୀତ ରାଜ୍ୟ ସରକାର ଅଗଷ୍ଟ 15 ଅକ୍ଟୋବର 2 ତାରିଖ ଗାନ୍ଧୀଜୟନ୍ତୀ ପର୍ଯ୍ୟନ୍ତ 45 ଦିନ ବ୍ୟାପି ଆଜାଦି ବା ଅମୃତ ମହୋତ୍ସବ ପାଳନ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି l ସ୍ୱାଧୀନତା ଆନ୍ଦୋଳନ, ଖ୍ୟାତି ସମ୍ପନ୍ନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଜୀବନୀ, ସ୍ୱାଧୀନତା ଆନ୍ଦୋଳନ କ୍ରିୟାକଳାପରେ ଗୁରୁତ୍ୱ ବହନ କରିଥିବା ସ୍ଥାନ ସମ୍ପର୍କୀୟ LED VIDEO WALL ରଥ 15 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଉଦଘାଟନ ହେବ ଏବଂ ଏହି ରଥ ଜଗତସିଂହପୁର ଜିଲ୍ଲାକୁ ସେପ୍ଟେମ୍ବର 25,26 ଓ 27 ତାରିଖ ତିନିଦିନ ବ୍ୟାପି ଜିଲ୍ଲା ପରିକ୍ରମା କରିବେ l ବିଭିନ୍ନ ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ଆର୍ଟ, ପେଣ୍ଟିଙ୍ଗ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ଫୋନ ଡ୍ୟାନ୍ସ ଆଦି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ବିଭିନ୍ନ ବ୍ଲକରେ ହେବାକୁ ଥିବା କାର୍ଯ୍ୟକ୍ରମକି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ତଦାରଖ କରିବେ l ଏହି ସବୁ କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ଜନସାଧାରଣ ଉପସ୍ଥିତ ରହିବେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଜିଲ୍ଲା ପରିଷଦ କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ର ନାରାୟଣ ଦାଶ, ଉପଜିଲ୍ଲାପାଳ ଶ୍ରୀ ଧମେନ୍ଦ୍ର ମଲ୍ଲିକ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର, ସିଡିପିଓମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

0
0
0
s2sdefault